
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯୁକ୍ତଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ (ଖଲ୍ଲିକୋଟ କଲେଜ୍) ପରିସରରେ ଅନୁଷ୍ଠିତ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ କୃତ୍ତି ବିଦ୍ୟାର୍ଥିଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସର୍ବପ୍ରଥମେ ଅଧ୍ୟକ୍ଷ ଡ଼ଃ. ରାଧାକାନ୍ତ ନାୟକ ମହୋଦୟଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ସତ୍ୟଜିତ ମିଶ୍ର ଓ ଦେବାଶିଷ ମହାନ୍ତି, କଳା ଛାତ୍ର ସତ୍ୟଜିତ ପଣ୍ଡା ଓ ଦିବ୍ୟପ୍ରସାଦ ସାହୁ, ବାଣିଜ୍ୟ ଛାତ୍ରୀ ନିହାରିକା ସାବତ ଓ ସୌମ୍ୟରଞ୍ଜନ ଦାସ ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କଲେଜ ପାଇଁ ଗୌରବ ଅର୍ଜନ କରିଥିବାରୁ , ଟ୍ରଷ୍ଟ ପକ୍ଷରୁ ସେହି ଛାତ୍ର, ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ରବୀନ୍ଦ୍ର ନାଥ ମିଶ୍ର, ବିଜୟ କୃଷ୍ଣ ମହାନ୍ତି, ସୋନମ୍ ଦାସ, ତରୁଣ ପାଢ଼ୀ, ମୁରଲିମୋହନ ଆଚାର୍ଯ୍ୟ, ରୀତାଞ୍ଜଳି ସ୍ୱାଇଁ, ଅଶୋକ ଜେନା, ସତ୍ୟନାରାୟଣ ଦାସ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ବିଭିନ୍ନ ପ୍ରକାର ସଚେତନତା ଓ ପ୍ରେରଣା ଦେଇଥିଲେ । ଏହି ମହାନ୍ କାର୍ଯ୍ୟକ୍ରମରେ ବହୁ ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ ସାମ୍ବାଦିକ ବନ୍ଧୁମାନେ ଯୋଗଦାନ କରି କାହ୍ନା ଚାରିଟେବୁଲ ଟ୍ରଷ୍ଟର ଏହି ମହତପୂର୍ଣ୍ଣ କାର୍ଯ୍ୟକୁ ନେଇ ସାଧୁବାଦ ଜଣାଇ ଖୁବ୍ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଏହି କୃତ୍ତିତ୍ଵ ତଥା ଗୌରବ ଏବଂ ଏ ସଫଳତା ପଛରେ କଲେଜ ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ ଓ ଡାଟା ଏଣ୍ଟ୍ରି ଅପରେଟର ଦିପାଞ୍ଜଳୀ ମିଶ୍ରଙ୍କ ଉଦ୍ୟମ ଖୁବ୍ ପ୍ରଶସନୀୟ ଥିଲା ବୋଲି ସାଧାରଣରେ କୁହାଯାଇଛି ।