oom

ଜିପିଏସ୍ ପାଇଁ ତିନିଜଣ ଚୋରଙ୍କ ସହ ଚୋରି ଗାଡି ଉଦ୍ଧାର

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗାଡ଼ିରେ ଲାଗିଥିବା ଜିପିଏସ୍‌ ପାଇଁ ଚୋରି କରି ନେଉଥିବା ବୋଲେରୋ ଗାଡି ଉଦ୍ଧାର ସହ ରାଜ୍ୟ ବାହାର ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତେଲିଟିକ୍ରା କେନାଲଖଣ୍ଡି ସ୍ଥିତ ଶଙ୍କର୍ଷଣ ସାହୁଙ୍କ ଘର ସମ୍ମୁଖରୁ ଦୁଇଦିନ ପୂର୍ବରୁ ବୋଲେରୋ ଗାଡି (ଓଧି ୦୨ଏଲ୍‌ ୪୬୬୭) ଚୋରି ହୋଇଯାଇଥିବା ରାମପୁର ଥାନାରେ ଅଭିଯୋଗ ହୋଇଥିଲା । ରାମପୁର ପୋଲିସ ଗାଡ଼ିରେ ଲାଗିଥିବା ଜିପିଏସ୍‌କୁ ଟ୍ରାକ କରି ଗାଡିଟି ବଲାଙ୍ଗିର ସଦର ଥାନା ସଦେଇପାଲି ପାଖାପାଖି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା । ରାମପୁର ପୋଲିସ ବଲାଙ୍ଗିର ସଦର ଥାନା ଆଇଆଇସିଙ୍କୁ ଯୋଗାଯୋଗ କରି ଘଟଣା ବିଷୟରେ ସୂଚନା ଦେବା ସହ ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଗାଡ଼ିକୁ ଟ୍ରାକ କରି ଗାଡିଥିବା ଜାଗାକୁ ଯାଇ ଉକ୍ତ ଗାଡିକୁ ଜବତ କରିବା ସହ ରାଜ୍ୟ ବାହାର ତିନିଜଣକୁ ଗିରଫ କରିଥିଲା ଏବଂ ରାମପୁର ପୋଲିସକୁ ହସ୍ତାନ୍ତର କରିଥିଲା । ତେବେ ସମସ୍ତ ତିନିଜଣ ଚୋର ଯାଯାବର ଭାବେ ଜଡିବୁଟି/ଶିଳାଜିତ ବିକ୍ରି କରୁଥିବା ବେଳେ ଅନେକ ସମୟରେ ରାମପୁର ଆସି ସାପ୍ତାହିକ ବଜାର ପ୍ରାଙ୍ଗଣରେ ରହି ବ୍ୟବସାୟ କରୁଥିବା ସୂଚନା ମିଳିଛି । ପୋଲିସ ଦ୍ଵାରା ଗିରଫ ତିନିଜଣ ଚୋର ଉତ୍ତରପ୍ରଦେଶର ରାଜୁ ସିଂ ଓ ଶାନ୍ତା ସିଂ ଏବଂ ମହାରାଷ୍ଟ୍ରର ସୁରେନ୍ଦ୍ର ସିଂ ବୋଲି ପୋଲିସ ସୂଚନା ଦେଇଛି । ରାମପୁର ଥାନା କେସ ନଂ ୪୪/୫ରେ ଏକ ମାମଲା ୠଜୁ ହୋଇ ତିନିଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଥିବା ରାମପୁର ଥାନା ଅଧିକାରୀ ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.