om academy

ଚର୍ଚ୍ଚାରେ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତିରେ ପାଦ ଦେବାର ମାତ୍ର ମାସ କେଇଟା ହୋଇଛି ହେଲେ ତାଙ୍କୁ ନେଇ ଚର୍ଚ୍ଚା ଏବେ ଖୁବ୍ । ଏ ଚର୍ଚ୍ଚା କେବଳ ତାଙ୍କ ନିଷ୍ଠା, ପରିଶ୍ରମ ଓ କାମ ପାଇଁ । ନିଜ ଅଞ୍ଚଳରେ ତାଙ୍କର କାମ କରିବାର ଶୈଳୀ ଓ ଜନତା ସହ ସମ୍ପର୍କର ରଖିବାର ନିଆରା କଳା ପାଇଁ ଝରଣା ପାଣିଗ୍ରାହୀ ଖୁବ୍ ଲୋକପ୍ରିୟ । ସମଗ୍ର ରାଜ୍ୟରେ ନବୀନଙ୍କ ପତିଆରା ଥିବା ବେଳେ ବିଜୁ ଜନତା ଦଳର ପ୍ରାର୍ଥୀ ସୁକାନ୍ତି ସାହୁଙ୍କଠାରୁ ଝରଣା ପାଣିଗ୍ରାହୀ ୧୮୦୦ ଭୋଟରେ ବିଜୟୀ ହୋଇଥିଲେ । ଗାଇସିଲେଟର ୯ଟି ପଞ୍ଚାୟତର ୪୫ଟି ଗ୍ରାମର ବିକାଶର ଦାୟିତ୍ଵ ଏବେ ତାଙ୍କ ଉପରେ ରହିଛି । ତ୍ରିସ୍ତରୀୟ ନିବାର୍ଚନରେ ବିଜୟୀ ହେବା ପରେ ଚୁପ୍ ବସି ନାହାଁନ୍ତି ଝରଣା ପାଣିଗ୍ରାହୀ । ପ୍ରତିଦିନ କିଛି ନା କିଛି କାମ କରୁଛନ୍ତି । ସକାଳ ହେଲେ ବିଭିନ୍ନ ଗାଁକୁ ଯାଉଛନ୍ତି, ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ମରୁଡି ସହାୟତା ଘୋଷଣା ପାଇଁ ତହସିଲ ଘେରାଉ ହେଉ କି ସୋସାଇଟିରେ ଭୋଟ ବର୍ଜନ ଏଭଳି ଅନେକ କାମ କରି ଚର୍ଚ୍ଚାରେ ଅଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରୀତିମତ ପ୍ରୟାସ ଜାରି ରଖିଛନ୍ତି ଝରଣା ପାଣିଗ୍ରାହୀ । ଧାନ ମଣ୍ଡିଠୁ ଆରମ୍ଭ କରି ମନରେଗା, ପ୍ରଧାନମନ୍ତ୍ରୀ ଯୋଜନା ଠୁ ଶିକ୍ଷା ସ୍ୱାସ୍ଥ୍ୟ ବାର୍ଦ୍ଧକ୍ୟ ଭତ୍ତା ଆଦି ଯୋଜନା କିଭଳି ପ୍ରକୃତ ହିତାଧିକାରୀଙ୍କୁ ମିଳିବ ତାହାର ତଦାରଖ କରୁଛନ୍ତି । ଖେଳ ପ୍ରତିଯୋଗିତା ଠୁ ଆରମ୍ଭ କରି ନାମଯଜ୍ଞ ପର୍ଯ୍ୟନ୍ତ ସମସ୍ତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝରଣା ଉପସ୍ଥିତ ରୁହନ୍ତି । ଜନସଂପର୍କ ମାଧ୍ୟମରେ ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ପ୍ରୟାସ କରୁଛନ୍ତି । ଝରଣା ପାଣିଗ୍ରାହୀଙ୍କ ଏଭଳି କାମ ଓ ନିଷ୍ଠା ଦେଖି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯେ ଆଗାମୀ ସାଧାରଣ ନିର୍ବାଚନରେ ଝରଣାଙ୍କୁ ତାଙ୍କ ଦଳ ପକ୍ଷରୁ ବିଜେପୁର ବିଧାନସଭା ପାଇଁ ଟିକେଟ ଦେଲେ ଏଠାରେ ରାଜନୈତିକ ଚିତ୍ର ଅଲଗା ହେବ ।

Leave A Reply

Your email address will not be published.