ଓଡ଼ିଶା ପରିବେଶ ସମିତି ପକ୍ଷରୁ କ୍ଲୋରୋଫିଲ୍ ସ୍କୁଲ ପରିସରରେ ଚାରା ରୋପଣ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ଉପକଣ୍ଠ ଭାବନ୍ଧ ନିକଟସ୍ଥ କ୍ଲୋରୋଫିଲ୍ ସ୍କୁଲ ପରିସରରେ ବୃକ୍ଷଚାରା ରୋପଣ କରାଯାଇଛି । ଏହି ବୃକ୍ଷରୋପଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବଉଳ, ଅଶୋକ, କରଞ୍ଜ, ଅର୍ଜୁନ, ପିଜୁଳି, ସୁନାରି, ସୀତାଫଳ, ନିମ, ବେଲ, ଶିଶୁଆ, କୃଷ୍ଣଚୂଡ଼ା, ଗଙ୍ଗଶିଉଳୀ, କଇଥ, ଜାମୁକୋଳି, ଅଁଳା ଇତ୍ୟାଦି ୬୫୦ ଦେଶୀ ଗଛଚାରା ଛାତ୍ରଛାତ୍ରୀ, ଆମନ୍ତ୍ରିତ ଅତିଥି, ପ୍ରଶାସକ ଓ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ବୃକ୍ଷଚାରା ରୋପଣ କରାଯାଇଥିଲା । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ଅଫିସର ପ୍ରତ୍ୟକ୍ଷ ସହାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । କ୍ଲୋରୋଫିଲ୍ ସ୍କୁଲର ନିର୍ଦ୍ଦେଶକ ଡଃ.ଆଦର୍ଶ ରଥଙ୍କ ସଭାପତିତ୍ଵରେ ପରିବେଶ ସଂପର୍କିତ ଏକ ସଭାର ଆୟୋଜନ କରାଯାଇଥିଲା । ସୁବାଷ ଚନ୍ଦ୍ର ପଣ୍ଡା, ସହ ନିର୍ଦ୍ଦେଶକ ଉଦ୍ୟାନ, ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଉମେଶ ଚନ୍ଦ୍ର ସାହୁ, ସମ୍ମାନୀତ ଅତିଥି ରୁପେ ଯୋଗଦେଇ ପରିବେଶ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ପରିବେଶର ସ୍ୱଚ୍ଛତା ଓ ସବୁଜତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡଃ ହରିବଂଧୁ ପଣ୍ଡାଙ୍କ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏବଂ ଏନ୍.ଗୋପାଳ ରାଓ, ମୁଖ୍ୟ ପ୍ରଶାସକ ଅଜିତ ପାଣ୍ଡେ, ମୁଖ୍ୟ ସଞ୍ଚାଳନ ଅଧିକାରୀ ତଥା ବରିଷ୍ଠ ଅଧ୍ୟକ୍ଷ ଆଲୋକ କୁମାର ମହାନ୍ତିଙ୍କ, ବ୍ରହ୍ମାନନ୍ଦ ସ୍ୱାଇଁ, ବିଜ୍ଞାନ ଗୁରୁ, କନିଷ୍ଠ ଅଧ୍ୟକ୍ଷ ଶ୍ରୀମତୀ ସଙ୍ଗୀତା ରାଣୀ, ଜନସମ୍ପର୍କ ଅଧିକାରୀ, ସୋମନାଥ ପଟ୍ଟନାୟକ, ଶ୍ରୀଯୁକ୍ତ ସାଇ କୁମାର, ପ୍ରକଳ୍ପ ଅଧିକାରି ସକାରାତ୍ମକ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ପରିବେଶ ସମିତିର ଯୁଗ୍ମ ସଚିବ ଇଞ୍ଜିନିୟର ମନୋରଞ୍ଜନ ମିଶ୍ର, ଆଜୀବନ ସଭ୍ୟ ସୁକାନ୍ତ ପଟ୍ଟନାୟକଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଶିକ୍ଷକ, ପ୍ରଶାସକ, ଛାତ୍ରଛାତ୍ରୀ ମାନେ ସମ୍ମିଳିତ ହୋଇ ୬୫୦ଟି ଚାରା ଗଛ ରୋପଣର ଦାୟିତ୍ୱ ହାତକୁ ନେଇଥିଲେ । ଶେଷରେ ମୁଖ୍ୟ ପ୍ରଶାସକ କେ.ଏନ୍.ଗୋପାଳ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରକାଶ ଥାଉ ଏହି ବର୍ଷ ଓଡ଼ିଶା ପରିବେଶ ସମିତି ତରଫରୁ ଗଂଜାମ ଜିଲ୍ଲାରେ ୨୫୦୦ ବୃକ୍ଷଚାରା ରୋପଣ କରାଯାଇଛି । ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଗଛ ଗୁଡ଼ିକର ଯତ୍ନ ନେବାପାଇଁ ପ୍ରତିଶ୍ରୁତି ବଦ୍ଧ ରହିବେ ବୋଲି କୁହାଯାଇଛି । ସମ୍ପ୍ରତି ବିଶ୍ଵ ପରିବେଶର ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବ୍ୟାପକ ବୃକ୍ଷ ରୋପଣର ମହତ୍ତ୍ଵ ଉପରେ ଆଲୋକପାତ କରାଯାଇଥଲା ।

Leave A Reply

Your email address will not be published.