ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‘ଇଗଲ ପକ୍ଷୀଙ୍କୁ ବଞ୍ଚାନ୍ତୁ’ ଏବଂ ‘ଘରୋଇ ଉଦ୍ଭିଦ ପସନ୍ଦ’ ଦିବସ ରୂପେ ଜାନୁଆରୀ ୧୦ ତାରିଖରେ ବିଭିନ୍ନ ରାଷ୍ଟ୍ରରେ ପାଳନ କରାଯାଇଛି । ଏହି ଅବସରରେ ସମାଜସେବୀ ତଥା ପ୍ରକୃତି ପ୍ରେମୀ ଶ୍ରୀମତୀ ଗୀତାରାଣୀ ରଣଜିତ ପରିବେଶ ସନ୍ତୁଳନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗଳବାର ବିଭିନ୍ନ ପ୍ରକାର ଚାରା ଘିକୁଆଁରୀ, ଲେମ୍ବୁ, ତୁଳସୀ, ମନିପ୍ଲାନ୍ଟ ଓ ଫୁଲ ଚାରା ଲଗାଇବା ସହ ଜୈବ ବିବିଧତା ସନ୍ତୁଳନ ଓ ପରିବେଶ ସଂରକ୍ଷଣ ପାଇଁ ଇଗଲ ପକ୍ଷୀର ଯତ୍ନ, ସୁରକ୍ଷା ପାଇଁ ବାର୍ତ୍ତା ଦେଇଛନ୍ତି ।