ଆନ୍ତର୍ଜାତିକ ମହିଳା ଦିବସରେ ଚାରା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଆଜି ପ୍ରକୃତିବନ୍ଧୁ ମୀନକେତନ ସାହୁ ଏକ ଅଭିନବ କାର୍ଯ୍ୟକ୍ରମ କରିଥିଲେ । ମହିଳା ଦିବସ ଅବସରରେ ମହିଳାମାନଙ୍କୁ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ସେ ପ୍ରକୃତିବନ୍ଧୁ କେଦାରନାଥ ସାହୁଙ୍କ ସହ ସହରର ମହିଳାମାନଙ୍କ ଘରକୁ ଯାଇ ଔଷଧିୟ ଅଶୋକ ଚାରା ପ୍ରଦାନ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧ୍ୟାପିକା ଉମା ପ୍ରଧାନ, ପଦ୍ମପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ, ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ରାଣୀ ନାଥ, ପଦ୍ମପୁର ଏନ୍‌ଏସି ଅଧ୍ୟକ୍ଷା ସାବିତ୍ରୀ ବାଗ, ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ମୋନାଲିସା ସ୍ୱାଇଁ, ଗୃହିଣୀ ଶୁଭ୍ରାଣୀ ସିଂହଙ୍କ ବାସଭବନକୁ ଯାଇ ଅଶୋକ ଚାରା ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ବିଶ୍ୱ ଉତ୍ତାପ ବୃଦ୍ଧି, ଜଳସ୍ତର କମିବା, ବର୍ଷା କମିବା, ଜଳବାୟୁ ପରିବର୍ତ୍ତନ, ଆଗାମୀ ପିଢିର ସୁରକ୍ଷା ବିଷୟରେ ଆଲୋଚନା କରିବା ସହ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ସମୟ ଦେବାକୁ ଆହ୍ଵାନ କରିଥିଲେ ।

Leave A Reply

Your email address will not be published.