oom

ଲୋୟର ସୁକତେଲ ନୂତନ ବସତି ଅଂଚଳରେ ଯୁବ କୁଲୁତା ସମାଜର ବୃକ୍ଷରୋପଣ ଓ ଚାରା ବଣ୍ଟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ନୂତନ ଭାବେ ବସତି ସ୍ଥାପନ ହୋଇଥିବା ଏଲ୍‌ଏସ୍‌ପି ଆର୍‌ଆର କଲୋନୀଠାରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୁଲୁତା ସମାଜର ବରିଷ୍ଠ ସଦସ୍ୟ ଜ୍ଞାନ ଗଡତିଆ ମା’ ରାମଚଣ୍ଡିଙ୍କଠାରେ ପୂଜା କରି ଶୁଭାରମ୍ଭ କରିଥିଲେ । ବୁଡି ଅଂଚଳରୁ ବିସ୍ଥାପିତ ହୋଇ ବଲାଙ୍ଗିରର ଏଲ୍‌ଏସ୍‌ପି ଆର୍‌ଆର୍‌ କଲୋନୀଠାରେ ନୂତନ ଭାବେ ଜନବସତି ସ୍ଥାପନ କରିଥିବା ଅଂଚଳରେ ଗୋଟିଏ ମଧ୍ୟ ବୃକ୍ଷ ନଥିବା ବେଳେ ୭୦ଟି ଚାରା ରୋପଣ କରାଯାଇଥିଲା ଓ ୫୦ଟି ଚାରା ଘରମାନଙ୍କୁ ଯାଇ ବଣ୍ଟନ କରିଥିଲେ । ଯୁବ ସଂଗଠନର ଏଭଳି କାର୍ଯ୍ୟକୁ ଦେଖି ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ବନ ବିଭାଗ ଓ ସିଆରପିଏଫ୍‌ ୧୮୯ ବେଟେଲିଆନ ଜବାନମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ କୁଲୁତା ସମାଜର ସମ୍ପାଦକ ଭୁବନେଶ୍ୱର ଭୋଇ, ସହ ସଂପାଦକ ରୋହିତ ବିଶ୍ୱାଲ, କୋଷାଧ୍ୟକ୍ଷ ଅମିତ ବାରିକ, ଲିଙ୍ଗରାଜ ଗଡତ୍ୟା, ଗୋପିନାଥ ପଧାନ, ଝୁନୁ ପଧାନ, ଅସିତ ରଞ୍ଜନ ସାହୁ, ଆଲୋକ ରଞ୍ଜନ ପଧାନ, ସୁଜିତ କୁମାର ଗଡତ୍ୟା, ଆକାଶ ପଧାନ, କିରନ ଭୋଇ, ଯୋଗେଶ୍ୱର ଭୋଇ, ବନ ବିଭାଗର ଚିନ୍ମୟ ପଧାନ, ଭାରତୀ ଜାନୀ, ସୁଭସ୍ମିତା ମେହେର ଓ ଶତୃଘ୍ନ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.