ବଲାଙ୍ଗିର ଭାଗିରଥୀ ଛକରେ ସ୍ୱାମୀ ସ୍ତ୍ରୀଙ୍କୁ ଚାପି ଦେଲା ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭାଗିରଥୀ ଛକରେ ସ୍ୱାମୀ ସ୍ତ୍ରୀ ଦୁହେଁଙ୍କୁ ଚାପି ଦେଇଛି ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଗାଡ଼ି ବୋଲି ବଡ଼ ଖବର ସାମ୍ନାକୁ ଆସିଛି । ସ୍ୱାମୀ ସ୍ତ୍ରୀ ଦୁହେଁ ହେଉଛନ୍ତି ବଲାଙ୍ଗିର ସହରର କଂସାରୀପଡ଼ା ନିବାସୀ ବିଷ୍ଣୁପ୍ରସାଦ ମିଶ୍ର ଓ ସଙ୍ଗୀତା କର । ସ୍ତ୍ରୀ ସଙ୍ଗୀତା କୃଷି ବିଭାଗରେ କାମ କରିଥିବା ହେତୁ ସ୍ୱାମୀ ବିଷ୍ଣୁ ପ୍ରସାଦ ତାଙ୍କୁ ଆକ୍ଟିଭା ସ୍କୁଟି (ଓଡ଼ି ୦୩ ଏସ୍‌ ୩୦୦୯)ରେ ଅଫିସକୁ ଆଣି ଦେଉଥିଲେ । ଏତିକି ବେଳେ ବଲାଙ୍ଗିର ସହରର ଭାଗିରଥୀ ଛକ ନିକଟରେ ତାଙ୍କୁ (ଓଡ଼ି ୦୮ଟି ୭୫୩୨) ବିଶିଷ୍ଟ ଏକ ପେଟ୍ରୋଲ ଭର୍ତ୍ତି ଗାଡ଼ି ତାଙ୍କୁ ଚାପି ଦେଇଥିଲା । ଫଳରେ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର ହୋଇଯାଇଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲକୁ ଆଣି ଭତ୍ତି କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣା ଘଟାଇଥିବା ପେଟ୍ରୋଲ ଭର୍ତ୍ତି ଗାଡ଼ି ଡ଼୍ରାଇଭର ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରି ପୋଲିସ ଜିମାରେ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.