କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କାଠ ଡିପୋ ଓ କରତ କଳ ଭିତରେ ଗଛ ତଳେ ଜଣେ ବୃଦ୍ଧା ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ଖବର ଅନୁସାରେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁର ବେଲବତୀ ବରିହା ବୟସ-୯୦ ବୋଲି ଜଣାପଡିଛି । ସେ ସୋମବାର ଦିନରୁ ଘରୁ ବାହାରିଥିଲେ ଏବଂ ଘର ଆଉ ଫେରିନଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବାରୁ ମଧ୍ୟ ତାଙ୍କୁ ପାଇନଥିଲେ । ବୃଦ୍ଧା ଜଣକ ଅନେକ ସମୟରେ କଣ୍ଟାବାଞ୍ଜିରେ ଥିବା କାଠ ଡିପୋକୁ ଛିଲପା ନେବାକୁ ଆସୁଥିଲେ । ତେଣୁ ବୁଧବାର ତାଙ୍କ ପରିବାର ଲୋକେ କାଠ ଡିପୋକୁ ଖୋଜିବାକୁ ଆସିଥିବା ବେଳେ ବୃଦ୍ଧା ଜଣକ କାଠ ତଳେ ଚାପିହୋଇ ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ବୃଦ୍ଧାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜିରେ ଶବ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ ଆରମ୍ଭ କରିଛି କଣ୍ଟାବାଞ୍ଜି ପୋଲିସ ବୋଲି ଜଣାପଡିଛି ।