ବଲାଙ୍ଗିର ଜିଲ୍ଲାର ୱେବ ଚ୍ୟାନେଲ ସଂଘ ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ନଦୀ କୂଳରେ ଥିବା ଶିବ ମନ୍ଦିର ପ୍ରଣାଙ୍ଗରେ ଜିଲ୍ଲାର ୧୪ଟି ବ୍ଲକରୁ ସମସ୍ତ ୱେବ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏକ ସଂଘ ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ଉପସ୍ଥିତ ଥିବା ଅନେକେ ସଂଘକୁ ସୁଦୃଢ କରିବା ପାଇଁ ସାମ୍ବାଦିକ ମାନେ ନିଜ ନିଜ ମତାମତ ଦେଇଥିଲେ ଏବଂ ଏହି ସଂଘକୁ ଆଗେଇ ନେବା ପାଇଁ ସମସ୍ତଙ୍କର ସୁମତାମତରୁ ବଲାଙ୍ଗିର ଜିଲ୍ଲାର ଫିରୋଜ କୁମାର ସାହୁଙ୍କୁ ସଭାପତି ଓ ପ୍ରମୋଦ କୁମାର ବେହେରାଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଛି । ଆଗାମୀ ଦିନରେ ଏହି ସଂଘର ସମସ୍ତ ସାମ୍ବାଦିକଙ୍କୁ ସରକାରୀ ସ୍ତରରେ ସମସ୍ତ ସୁବିଧା, ସୁଯୋଗ ଓ ସମ୍ମାନ ଯୋଗାଇବା ପାଇଁ ଦାବୀ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ୱେବ ଚ୍ୟାନେଲର ସାମ୍ବାଦିକମାନେ ନିର୍ଭିକ ଭାବରେ ଖରା, ବର୍ଷା, ଶୀତକୁ ଖାତିର ନ କରି କାମ କରୁଛନ୍ତି, ହେଲେ ଚ୍ୟାନେଲ ତରଫରୁ କିମ୍ବା ସରକାରୀ ସ୍ତରରେ କୌଣସି ସୁବିଧା ସୁଯୋଗ ପାଇଁ ପାରୁ ନାହାନ୍ତି ବୋଲି ମତ ପ୍ରକାଶ ପାଇଥିଲା । ଓଡ଼ିଶା ସରକାରଙ୍କର ଗୋପବନ୍ଧୁ ଯୋଜନାରେ ମଧ୍ୟ ସାମିଲ କରୁ ନାହାନ୍ତି ବୋଲି ସଦସ୍ୟ ମାନେ ମତ ଦେଇଥିଲେ । କେତେକ ସ୍ଥାନରେ ସାମ୍ବାଦିକଙ୍କୁ ବୈମାତୃକ ଭାବରେ ଅସମ୍ମାନିତ କରୁଥିବାର ବାରମ୍ବାର ଅଭିଯୋଗ ହେଉଛି । ଏସବୁ ମନୋଭାବନାକୁ ଦୂର କରିବା ପାଇଁ ସଂଘ ସଦା ସର୍ବଦା ନିଜର ହକ ପାଇଁ ଲଢେଇ କରିବାକୁ ପଛେଇବ ନାହିଁ ବୋଲି ମତ ପ୍ରକାଶ ପାଇଛି । ଆଗାମୀ ଦିନରେ ସଂଘ ସରକାରୀ ମାନ୍ୟତା ପାଇଲା ପରେ ସଂଘରେ ସାମିଲ ହୋଇଥିବା ସମସ୍ତ ସାମ୍ବାଦିକଙ୍କୁ ଏକ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ଦିଆଯିବ ବୋଲି ସଭାପତି ଘୋଷଣା କରିଥିଲେ ।

Leave A Reply

Your email address will not be published.