ଚନ୍ଦନଭାଟି ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ସକାଶେ ଶୁଭସ୍ତମ୍ଭ ସ୍ଥାପନ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଫାଲ୍ଗୁନ କୃଷ୍ଣ ପକ୍ଷ ଦଶମୀ ତିଥିରେ ଚନ୍ଦନଭାଟି ଗ୍ରାମର ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନା କରାଯାଇଛି । ଏହି ଅବସରରେ ଦୁର୍ଗା ମନ୍ଦିର କମିଟି ତରଫରୁ ବ୍ରାହ୍ମଣମାନଙ୍କୁ ଯଜ୍ଞ ପାଇ ନିମନ୍ତ୍ରଣ କରା ଯାଇଥିଲା । ଏହି ଯଜ୍ଞରେ ପଣ୍ଡିତ ସମୂହ ଆଚାର୍ଯ୍ୟ ରାମଚନ୍ଦ୍ର ତ୍ରିପାଠୀ, ପଣ୍ଡିତ ପିତାମ୍ବର ମିଶ୍ର, ପଣ୍ଡିତ ଦଣ୍ଡି ନାରାୟଣ ମିଶ୍ର, ପଣ୍ଡିତ ସୀତାରାମ ମିଶ୍ର, ପଣ୍ଡିତ ରାଧେଶ୍ୟାମ ମିଶ୍ର ଓ ପଣ୍ଡିତ ଜଗଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଚନ୍ଦନଭାଟି ଦୁର୍ଗାପୂଜା କମିଟିର ସଭାପତି ବଳରାମ ମେହେର, ସମ୍ପାଦକ ଗୋକୁଳ ବେହେରା ଓ ଚନ୍ଦନଭାଟି ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.