oom

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ : ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର ପୋଲିସର ଛାନବିନ ଆରମ୍ଭ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): ଯୁବକଙ୍କୁ ପଥରେ ଛେଚି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତର ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଭୃଙ୍ଗିଯୋଡି ବିଦେଶୀ ମଦ ଦୋକାନ ମଝିରେ ରାସ୍ତା କଡରୁ ଯୁବକଙ୍କ ମୃତଦେହ ଜବତ କରିଛି ପୁଲିସ । ରକ୍ତ ଜୁଡୁବୁଡୁ ହୋଇ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା କିଛି ଲୋକେ ଦେଖିବାରୁ ଫିରିଙ୍ଗିଆ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ମୃତ ଯୁବକ ନୂଆପଦର ପଞ୍ଚାୟତ ଜାର୍ଗୀପଡ଼ା ଗାଁର ପ୍ରଭାତ ମଲିକ ଏବଂ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି । ମୃତଦେହ ନିକଟରେ ଏକାଧିକ ପଥର ପଡ଼ିଥିବା ବେଳେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପୁଲିସ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧନୀ କୁକୁର ସହାୟତାରେ ତଦନ୍ତ କରିଛି । ଫିରିଙ୍ଗିଆ ଥାନା ଅଧିକାରୀ ଗୋପିନାଥ ପ୍ରଧାନ, ଏସଆଇ ଦୀପକ ରାଉତ, ଏଏସଆଇ ଶ୍ରୀକାନ୍ତ ପାତ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ପ୍ରଭାତ ଗତ ବୁଧବାର ସକାଳ ୯ ଟାରୁ ଘରୁ ନିଜର ଏକ ସାଇକେଲ ଧରି କେଉଁଆଡେ ଯାଇଥିଲେ । ପରେ ଘରକୁ ଫେରି ନ ଥିବା ପରିବାର ଲୋକେ କହିଛନ୍ତି । ଗୁରୁବାର ସକାଳେ ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । କେଉଁ କାରଣରୁ ପ୍ରଭାତଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ । ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମା’ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

jittmm
Leave A Reply

Your email address will not be published.