ଚନାବାହାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବ ପାଳିତ

  • ଉତ୍ତମ ଶିକ୍ଷା ଦାନ ହିଁ ଚରିତ୍ର ଗଠନର ମୂଳମନ୍ତ୍ର, ଗୁରୁମା ଗୁରୁଜୀଙ୍କ ଦଣ୍ଡ ହିଁ ଶିକ୍ଷା ଆୟତନ ପାଇଁ ଉଚିତ ମାର୍ଗ

କଂଟାବାଂଜି/ମୁରିବାହାଲ, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଉପକଣ୍ଠସ୍ଥ ଚନାବାହାଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପରିଚାଳନା ସଭାପତି ସତ୍ୟବାନ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ପଦ୍ମଶ୍ରୀ ହଲଧର ନାଗ (ମୁଖ୍ୟ ଅତିଥୀ), ସମ୍ମାନିତ ଅତିଥୀଭାବେ ଶିକ୍ଷାବିଦ୍‌ ରାମଚନ୍ଦ୍ର ସାହୁ, ବେଲପଡା ପଂଚାୟତ ସମିତି ମହାବିଦ୍ୟାଳୟର ପ୍ରାଧ୍ୟାପକ ମନୋଜ କୁମାର ମହାକୁଡ (ମୁଖ୍ୟବକ୍ତା), ବିଶିଷ୍ଟ ଅତିଥୀଭାବେ ଚନାବାହାଲ ସରପଂଚ ଶ୍ରୀମତୀ କୁନ୍ତି ମେହେର, ପ୍ରଧାନଚାର୍ଯ୍ୟ ରାମଚନ୍ଦ୍ର ମହାନନ୍ଦ, ସଂପାଦକ ମଣି ମେହେର ମଂଚାସିନ ଥିଲେ । ବିଦ୍ୟାଳୟ ପ୍ରଧାନଚାର୍ଯ୍ୟ ରାମଚନ୍ଦ୍ର ମହାନନ୍ଦଙ୍କ ଦ୍ୱାରା ଅତିଥୀ ପରିଚୟ ପରେ ସଂପାଦକ ମେହେରଙ୍କ ଦ୍ୱାରା ସଂପାଦକୀୟ ବିବରଣି ପାଠ କରିଥିଲେ । ମୁଖ୍ୟ ଅତିଥୀ ଶ୍ରୀ ନାଗ ଏବଂ ମୁଖ୍ୟବକ୍ତା ଶ୍ରୀ ମହାକୁଡ ଶିଶୁ ବିଦ୍ୟା ମନ୍ଦିର ଅନୁଷ୍ଠାନର ଶିକ୍ଷାଦାନର ମହତ୍ୱ ଉପରେ କହିଥିବା ବେଳେ ଉତ୍ତମ ଶିକ୍ଷାଦାନ ହିଁ ଚରିତ୍ର ଗଠନର ମୂଳମନ୍ତ୍ର ବୋଲି କହିଥିବା ବେଳେ ଗୁରୁମା ଗୁରୁଜୀଙ୍କ ଶିକ୍ଷା ରୁପି ମନ୍ଦିରରେ ଗୁରୁମା ଗୁରୁଜୀଙ୍କ ଦଣ୍ଡ ବିଧାନ ହିଁ ଛାତ୍ରୀଛାତ୍ରମାନଙ୍କ ଉଚିତ ପଥ ପ୍ରଦର୍ଶକ ବୋଲି କହିଥିଲେ । ଏହି ସାଧାରଣ ସଭା ପରେ ବିଦ୍ୟାଳୟର ବିଭିନ୍ନ ଛାତ୍ରୀଛାତ୍ରମାନଙ୍କ ବିଭିନ୍ନ କ୍ରୀଡା ଏବଂ ଅନ୍ୟାନ୍ୟ ପ୍ରତିଭା ପାଇଁ ସମ୍ମାନିତ କରାଯାଇଥିଲା । ପରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ । ସଭାକୁ ଆଚାର୍ଯ୍ୟ ନବିନ କୁମାର ଭୋଇ ପରିଚାଳନା କରିଥିଲେ ।

Leave A Reply

Your email address will not be published.