ବଲାଙ୍ଗିର ଜିଲ୍ଲାସ୍ତରୀୟ ବ୍ୟାଞ୍ଚ ପ୍ରେସ ଓ ଡେଡ୍‌ ଲିଫ୍ଟ ଚମ୍ପିୟନସିପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍‌ ଫିଟନେସ୍‌ ଆନୁକୂଲ୍ୟରେ ସ୍ଥାନୀୟ ଗୋପାଳଜୀ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ବ୍ୟାଞ୍ଚ ପ୍ରେସ ଓ ଡେଡ୍‌ ଲିଫ୍ଟ ଚମ୍ପିୟନ୍‌ସିପ୍‌ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ତଥା ସହରର ବିଭିନ୍ନ କ୍ଲବର ସଭ୍ୟମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ସମ୍ମାନିତ ଅତିଥି ପୂର୍ବତନ ଡିଏସ୍‌ଓ ରାଜେନ୍ଦ୍ର ବଢେଇ, ସମ୍ମାନିତ ଅତିଥି ଶ୍ରୀମନ୍ତ ପଣ୍ଡା, ସମ୍ମାନିତ ଅତିଥି ମନୋରଂଜନ ମିଶ୍ର, ଜୁଲୁ ପଟ୍ଟନାୟକ, ବୁଲୁ ଦାନୀ ପ୍ରମୁଖ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟ ଆୟୋଜକ ଅନ୍‌ ଫିଟନେସ ଅନିଲ ନାଏକ, ସଂଜୟ ଶତପଥି, ରୁପକ ବରାଳ, ବିଡିଜିଏ ସମ୍ପାଦକ ସଂଗ୍ରାମ ବହିଦାର ବିଚାରକ ଦାୟିତ୍ୱ ତୁଳାଇଥିଲେ । ମହିଳା ଡେଡ୍‌ ଲିଫ୍ଟରେ ୫୨ କେଜି ବିଭାଗରେ ପ୍ରଥମ ଗୁଞ୍ଜନ ପଟ୍ଟନାୟକ, ଦ୍ୱିତୀୟ ମନୋଲିସା ବିଶି, ତୃତୀୟ ଅର୍ଚ୍ଚନା ଚୌହାନ । ଦ୍ୱିତୀୟ ଗ୍ରୁପ ବିଭାଗରେ ପ୍ରଥମ ପୁଜା ଚୌହାନ, ଦ୍ୱିତୀୟ ସୁନନ୍ଦା ଭୋଇ, ତୃତୀୟ ରୋଜି ବାଗ । ତୃତୀୟ ବିଭାଗରେ ପ୍ରଥମ ନୀତୁ ଡୁଙ୍ଗଡୁଙ୍ଗ, ଦ୍ୱିତୀୟ କିରନ ରଥ, ତୃତୀୟ ପୁଷ୍ପାଞ୍ଜଳି ମଲ୍ଲିକ । ଚତୁର୍ଥ ବିଭାଗରେ ପ୍ରଥମ ସରୀନା ଡୁଙ୍ଗଡୁଙ୍ଗ, ଦ୍ୱିତୀୟ ସମୀକ୍ଷା ମାହାଣା, ତୃତୀୟରେ ରିଙ୍କୁ ସୁନା । ଷ୍ଟ୍ରଙ୍ଗ ଓମେନ୍‌ରେ ନୀତୁ ଡୁଙ୍ଗଡୁଙ୍ଗ ହାସଲ କରିଥିଲେ । ପୁରୁଷ ବେଞ୍ଚ ପ୍ରେସ ୫୨ କେଜି ବିଭାଗରେ ପ୍ରଥମ ସାହିଲ ସ୍ୱାଇଁ, ଦ୍ୱିତୀୟ ଆଶିକ୍‌ ମାଝି, ତୃତୀୟ ହେମନ୍ତ ନାଗ । ୫୯ କେଜି ବିଭାଗରେ ପ୍ରଥମ ବିଶ୍ୱଜିତ ସୁନା, ଦ୍ୱିତୀୟ ଛୋଟୁ ପୋଡ, ତୃତୀୟ ନିଖିଲ ନାଗ । ୬୬ କେଜି ବିଭାଗରେ ପ୍ରଥମ ମନୋରଞ୍ଜନ ସାହୁ, ଦ୍ୱିତୀୟ ମିଲନ ନାଗ, ତୃତୀୟ ବିଷ୍ଣୁ ପ୍ରସାଦ ନାଏକ । ୭୪ କେଜି ବିଭାଗରେ ପ୍ରଥମ ଆଲୋକ ସାଗର, ଦ୍ୱିତୀୟ ନିଖିଲ ସୁନା, ତୃତୀୟ ସେଖ୍‌ ଅଖତର । ୮୩ କେଜି ବିଭାଗରେ ପ୍ରଥମ ଯୁବରାଜ ବରୁଆ, ଦ୍ୱିତୀୟ ସିଦ୍ଧାନ୍ତ ପଡିହାରି, ତୃତୀୟ ସୁଶାନ୍ତ ମନହିରା । ୯୩ କେଜି ବିଭାଗରେ ପ୍ରଥମ ସାର୍ତକ ଶ୍ରୀୱାସ୍ତବ, ଦ୍ୱିତୀୟରେ ସିବୁ ରାଉତ, ତୃତୀୟରେ ଆନନ୍ଦ ଛତର । ପ୍ରତିଯୋଗିତାରେ ସର୍ବାଧିକ ବେଞ୍ଚ ପ୍ରେସ ସାର୍ଥକ ଶ୍ରୀୱାସ୍ତବ ୧୪୦ କେଜି ମାରିଥିଲେ । ଷ୍ଟ୍ରଙ୍ଗ ମ୍ୟାନ ମନୋରଞ୍ଜନ ସାହୁ ଚମ୍ପିୟନ ଅଫ୍‌ ଚମ୍ପିୟନ ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାକୁ ସଫଳ କରିବାରେ ସଭ୍ୟ ବବନ ମିଶ୍ର, ଦିଲିପ୍‌ ପଟ୍ଟନାୟକ ଘନ ପଟେଲ, ବାଦଲ ପାତ୍ର, ରାମ ସିଂ ପ୍ରମୁଖ ସହଯୋଗ କରିଥିଲେ । ହେଣ୍ଡିକେପ୍‌ ପ୍ରତିଯୋଗିତାରେ ବବୁଲୁ ମିଶ୍ର ତାଙ୍କ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.