- ଆଜି ଫାଇନାଲ୍ ଲଢେଇ
- ଟପ୍ ର୍ୟାଙ୍କ ପ୍ଲେଆରମାନଙ୍କ ମଧ୍ୟରେ ଲାଗିବ ବିଜୟ ବାଜି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସିନିଅର ଚାମ୍ପିୟନସିପ୍ର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ସମସ୍ତ ବର୍ଗର ପ୍ରି-କ୍ୱାଟର ଓ କ୍ୱାଟର ଫାଇନାଲ୍ ସମେତ ସମୁଦାୟ ୩୯ ଗୋଟି ମ୍ୟାଚ୍ କରାଯାଇଛି । ଆଶାନୁରୂପ ଭାବେ ଓଡିଶା ବ୍ୟାଡମିଣ୍ଟନର ସମସ୍ତ ସିନିଅର ର୍ୟାଙ୍କ ପ୍ଲେଆର ସେମିଫାଇନାଲ୍ ସ୍ତରକୁ ଉନ୍ନିତ ହୋଇଛନ୍ତି । ସମସ୍ତ ର୍ୟାଙ୍କ ପ୍ଲେଆର ମଧ୍ୟରେ ବିଜୟ ବାଜି ଲାଗିଥିବା ବେଳେ ମ୍ୟାଚ୍ ଗୁଡିକ ବେଶ ରୋମାଞ୍ଚକର ହେବ ବୋଲି ଆୟୋଜକ କହିଛନ୍ତି ।
ସାଂଗଠନିକ ସଂପାଦକ ସୁରୁଲାଲ ମଟାରି, ଜିଲ୍ଲା ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ଭେନ୍ୟୁ ଇନଚାର୍ଜ ଅନନ୍ତ ବେହେରା, ଏକମୋଡେସନ ଇନଚାର୍ଜ ମାନସ ମହାନ୍ତି, ଫୁଡ୍ ଇନଚାର୍ଜ ସୁଶାନ୍ତ ଚୋପଦାର, ବାସୁଦେବ ବେହେରା, ସୁଧିର ପଣ୍ଡା, କବିଚନ୍ଦ୍ର ଠାକୁର, ଗୌରାଙ୍ଗ ରାଉତ, ଲୋପନ ମିଶ୍ର ଓ ମ୍ୟାଚ୍ କୋଡିନେଟର ସୁରେନ୍ଦ୍ର ନେପାଲ ଓ ଆଦିତ୍ୟ କେଜ୍ରିୱାଲଙ୍କ ଦେଖା ରେଖାରେ ଦ୍ୱିତୀୟ ଦିନ ଖେଳ ଆରମ୍ଭ ହୋଇଥିଲା । ବରିଷ୍ଠ ସାମ୍ବାଦିକ ସୁବାଷ ପଣ୍ଡା, ଡା.ସରୋଜ ତିଆଡି, ମାନଭଞ୍ଜନ ଯୋଷୀ, ଧର୍ମେନ୍ଦ୍ର ନନ୍ଦ, ମନୀଷ ମିଶ୍ର, ବୁଲୁ ଦାନୀ ଓ ଗୋପାଲ ବରାଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରବିବାର ଦିନ ଲିଗ୍ ମ୍ୟାଚ୍ ପରେ ସୋମବାର ଦିନ ସମସ୍ତ ବର୍ଗରେ ପ୍ରି-କ୍ୱାଟର ଓ କ୍ୱାଟର ଫାଇନାଲ୍ ମ୍ୟାଚ୍ ଗୁଡିକ ଅନୁଷ୍ଠିତ ହୋଇଥିଲା । ପୁରୁଷ ଏକକ ବିଭାଗରେ ଆର୍ଯ୍ୟ ମାଝୀ, ବିକ୍ରାନ୍ତ ଜାନୀ, ପାରସ ମାଥୁର, ଅମ୍ରିତ ମହାନ୍ତି, ଅରବିନ୍ଦ ସାହୁ, ସୁମନ୍ତ ମହନ୍ତ, ଅଭିଜିତ ମହାରଣା ଓ ସ୍ୱାଧୀନ ଗୌଡ ପୁରୁଷ ଯୁଗଳ ବିଭାଗରେ ଅନିର୍ବାନ-ପାରସ, ଆଶିଷ-ସୁମନ୍ତ, ଅଭିମନ୍ୟୁ-ମୁରଲିକ୍ରୀଷ୍ଣା, ଦିବ୍ୟଜ୍ୟୋତି-ମାନଭେନ୍ଦ୍ର, ଡି.ମୋଲିକାନ୍ତ- ସିଦ୍ଧାର୍ଥ, ଅମୟ-ମଳୟ ଓ ଅଭୀଜିତ-ଅମ୍ରିତ ଯୋଡି କ୍ୱାଟର ଫାଇନାଲ୍ରେ ପାଦ ଦେଇଛନ୍ତି । ସେହିପରି ମହିଳା ଏକକ ବିଭାଗରେ ଗୀତାଶ୍ରୀ ଦେ, ଅଂଶିକା ବିରୋକ, ହର୍ଷିତା ରାଉତ, ଆର୍ଯ୍ୟଶ୍ରୀ ବରାଳ, ସ୍ୱାଗତିକା ରଉତ, ଭାଗ୍ୟଲକ୍ଷ୍ମୀ ମହାରଣା, ରିତୁ ଖେତାନ ଓ ଶୃତି ସ୍ୱାଇଁ ଯୁଗଳ ବିଭାଗରେ ଅନୁଜା-ପୂର୍ବା, ସ୍ୱାଗତିକା-ଜୟଶ୍ରୀ, ଅଂଶିକା-ଇପସିତା, ହର୍ଷିତା-ଶୃତିଙ୍କ ଯୋଡି କ୍ୱାଟର ଫାଇନାଲ୍ରେ ପହଞ୍ଚିଛନ୍ତି । ମିଶ୍ରିତ ଯୁଗଳ ବିଭାଗରେ ଅବିନାଶ-ଅନୁଜା, ଅଭିମନ୍ୟୁ-ଗୀତାଶ୍ରୀ, ଅନିର୍ବାବ-ଶୃତି, ତନ୍ମୟ- ଜୟଶ୍ରୀ, ଅମୃତ-ସ୍ୱାଗତିକା, ଆୟୁଷ-ପୂର୍ବା, ଦିବ୍ୟଜ୍ୟୋତି-ନିହାରିକା, ଅଭୀଜିତ-ହର୍ଷିତା କ୍ୱାଟର ଫାଇନାଲ୍ରେ ପହଞ୍ଚିଛନ୍ତି । ଚିଫ୍ ରେଫରି ତଥା ମ୍ୟାଚ୍ କନ୍ଟୋଲର ବିଜୟ ବାଗ, ଜୟନ୍ତ ମିଶ୍ର, ଡେପୁଟି ରେଫରି, ସୁନିଲ ବେହେରା, ହେମନ୍ତ ପ୍ରଧାନ, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ଚନ୍ଦ୍ରଶେଖର ମିଶ୍ର, ସିଦ୍ଧାର୍ଥ ମିଶ୍ର, ସୌରଭ ପ୍ରଧାନ ମ୍ୟାଚ୍ ପରିଚାଳନା କରିଥିଲେ ।