oom

ଆରମ୍ଭ ହେଲା ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଚାମ୍ପିୟନସିପ

jsmm
  • ଅରବିନ୍ଦ, ବିକ୍ରାନ୍ତ, ସ୍ୱାଧୀନ, ଗୀତାଶ୍ରୀ, ଶୃତି ଓ ଅଂଶିକା ତୃତୀୟ ରାଉଣ୍ଡକୁ ଉନ୍ନିତ
  • ଖେଳର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ସଦା ତତ୍ପର – ଅତିରିକ୍ତ ଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସିନିଅର ଚାମ୍ପିୟନସିପ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ୨୪ ଜଣ ମହିଳା ଖେଳାଳି ଓ ୧୦୭ ଜଣ ପୁରୁଷ ଖେଳାଳି ଭାଗ ନେଇଛନ୍ତି । ପ୍ରଥମ ଦିନରେ ଉଭୟ ବର୍ଗରେ ୮୪ ଗୋଟି ମ୍ୟାଚ୍‌ର ବ୍ୟବସ୍ଥା ରହିଛି । ଖବର ଲେଖା ଯିବା ପର୍ଯ୍ୟନ୍ତ ୭୦ ଗୋଟି ମ୍ୟାଚ୍‌ ଓ ଦୁଇ ରାଉଣ୍ଡ ସମାପ୍ତ ହୋଇ ସାରିଛି । ଅରବିନ୍ଦ, ବିକ୍ରାନ୍ତ, ସ୍ୱାଧୀନ, ସୁମନ୍ତ ଗୀତାଶ୍ରୀ, ଶୃତି ଓ ଅଂଶିକା ତୃତୀୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି ।

ଆଜି ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ ସଦା ତତ୍ପର ରହିଛି । ଏଭଳି ପ୍ରତିଯୋଗିତା ଜିଲ୍ଲାରେ ଖେଳ ଓ ଖେଳାଳିଙ୍କ ବିକାଶ କରିବା ସହ ନୂତନ ଖେଳାଳି ସୃଷ୍ଟି କରିବାରେ ବିଶେଷ ସହାୟକ ହେବ ବୋଲି ନିଜ ଉଦ୍‌ବୋଧନରେ କହିଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ଓ ଆୟୋଜକଙ୍କୁ ଉତ୍ସାହିତ କରିବା ସହ ଇଣ୍ଡୋର ଷ୍ଟାଡିୟମରେ ଉପଲବ୍ଧ ଥିବା ବିଭିନ୍ନ ସୁବିଧାକୁ ନେଇ ପ୍ରଶଂସା କରିଥିଲେ । ସାଂଗଠନିକ ସଂପାଦକ ସୁରୁଲାଲ ମଟାରିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ଭେନ୍ୟୁ ଇନଚାର୍ଜ ଅନନ୍ତ ବେହେରା, ଏକମୋଡେସନ ଇନଚାର୍ଜ ମାନସ ମହାନ୍ତି, ଫୁଡ ଇନଚାର୍ଜ ସୁଶାନ୍ତ ଚୋପଦାର, ବାସୁଦେବ ବେହେରା, ସୁଧିର ପଣ୍ଡା, କୋଡିନେଟର ସୁରେନ୍ଦ୍ର ନେପାଲ, ଆଦିତ୍ୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନ କେବଳ ଲିଗ ମ୍ୟାଚ୍‌ ଗୁଡିକ ଅନୁଷ୍ଠିତ ହୋଇଥିବା ବେଳେ ପ୍ରାୟ ସମସ୍ତ ନାମି ଖେଳାଳି ନିଜର ବିଜୟ ଧାରା ଜାରି ରଖିଛନ୍ତି । ପୁରୁଷ ବର୍ଗରେ ଅରବିନ୍ଦ, ବିକ୍ରାନ୍ତ, ଅମ୍ରିତ, ଅଭିଜିତ, ଆରୟା, ସ୍ୱାଧୀନ, ସୁମନ୍ତ, ପାରସ, ଅନିର୍ବାନ ଓ ଆୟୁଷ ନିଜ ନିଜ ମ୍ୟାଚ୍‌ ଜିତି ତୃତୀୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି । ସେହିପରି ମହିଳା ବର୍ଗରେ ଗୀତାଶ୍ରୀ, ଶୃତି, ଅଂଶିକା, ହର୍ଷିତା, ସ୍ୱାଗତିକା ଓ ବର୍ଷା ନିଜ ନିଜ ମ୍ୟାଚ୍‌ରେ ବିଜୟର ବାନା ଉଡାଇଛନ୍ତି । ଚିଫ ରେଫରି ତଥା ମ୍ୟାଚ୍‌ କନ୍‌ଟ୍ରୋଲର ବିଜୟ ବାଗ, ଜୟନ୍ତ ମିଶ୍ର, ଡେପୁଟି ରେଫରି, ସୁନିଲ ବେହେରା, ହେମନ୍ତ ପ୍ରଧାନ, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ଚନ୍ଦ୍ରଶେଖର ମିଶ୍ର, ସିଦ୍ଧାର୍ଥ ମିଶ୍ର, ସୌରଭ ପ୍ରଧାନ ମ୍ୟାଚ୍‌ ପରିଚାଳନା କରିଥିଲେ । ଆସନ୍ତା କାଲି ସମସ୍ତ ଟପ୍ ର‍୍ୟାଙ୍କ ଖେଳାଳି ପରସ୍ପର ମଧ୍ୟରେ ଭିଡିବାକୁ ଥିବା ବେଳେ ମ୍ୟାଚ୍‌ ଗୁଡିକ ବେଶ ରୋମାଞ୍ଚକର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

jittmm
Leave A Reply

Your email address will not be published.