ବୁଢ଼ାଡଙ୍ଗର କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଲଣ୍ଡାପଥର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲରେ ୫ଦିନ ଧରି ହୋଇ ଆସୁଥିବା ବୁଢ଼ାଡଙ୍ଗର କପ୍ କ୍ରିକେଟ ପ୍ରତିଯୋଗିତା ବୁଧବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବିଧାୟକଙ୍କ ଦେଓଗାଁ ବ୍ଲକ ପ୍ରତିନିଧି ଅନ୍ତର୍ଯ୍ୟାମୀ ଭୋଇ, ରାଜ ପ୍ରତାପ ସିଂ ଦେଓ ଯୋଗଦେଇଥିଲେ । ଫାଇନାଲ ମ୍ୟାଚରେ ଲଣ୍ଡାପଥର ଦଳ ୭ଓଭାରରେ ୯୨ ରନ୍ କରିଥିବା ବେଳେ ଅଫାମରା ଦଳ ୪୧ ରନ୍ କରିବାକୁ ସକ୍ଷମ ହୋଇ ପରାଜିତ ହୋଇଥିଲା ଓ ଲଣ୍ଡାପଥର ଦଳ ପ୍ରତିଯୋଗିତାର ଚାମ୍ପିଅନ ହୋଇଥିଲା । ସୁଜନ ମେହେର, ସଞ୍ଜୀବ ବାଗ ଖେଳ ପରିଚାଳନା କରିଥିବା ବେଳେ ନୀଳାଚଂଳ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ ଓ ସୁମନ୍ତ ଭୋଇ ସ୍କୋରର୍ ଦାୟିତ୍ଵ ତୁଲାଇଥିଲେ । ମନୋଜ ସାହୁ, ଧନଞ୍ଜୟ ରଣା, ହରି ବେହେରା, ବୁଲୁ ଥାନାପତି, ସୁଶାନ୍ତ ଭୋଇ, ରମାକାନ୍ତ ସାହୁ, ଦିନ ବେହେରା, ଭାଗିରଥି ପୋଢ଼ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.