oom

ବାଙ୍କେଲ ଗ୍ରାମରେ ଅନୁଷ୍ଠିତ ଭ୍ରମରବର ବାଇ ଓ ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପାତଲପଡା ଚମ୍ପିୟାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ଗ୍ରାମ ପଞ୍ଚାୟତ ସଦର ମହକୁମାଠାରେ ଚାଲିଥିବା ସ୍ୱର୍ଗତ ଭ୍ରମରବର ବାଇ ଓ ସ୍ୱର୍ଗତା ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଜଗୁଆ ଦଳକୁ ପରାସ୍ତ କରି ପାତଳପଡ଼ା ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଫାଇନାଲରେ ମୁଖ୍ୟ ଅତିଥି ଭାବେ ଟିକ୍ରାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରସିଂହ ସାହୁ, ବାଙ୍କେଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ନନ୍ଦିକିଶୋର ଭୋଇ, ବାଙ୍କେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦିନେଶ କୁମାର ସୁନା, ଭରିଶ୍ରବା ପାଣ୍ଡେ, ପାର୍ଥରାମ ଭୋଇ, କାର୍ତ୍ତିକ ପୁଟେଲ, ଗଣ ଦୀପ, ବନବାସ ସାହୁ, ବିଷ୍ଣୁ ପ୍ରସାଦ ନାଥ, ପିଣ୍ଟୁ, ଦେବାନନ୍ଦ ପାଣ୍ଡେ, ଲଳିତ ପୁଟେଲ, ପୂର୍ଣ୍ଣ ସାହୁ, ଚନ୍ଦ୍ର ବାଗ ଓ ପୂର୍ଣ୍ଣଚନ୍ଦ୍ର ପୁଟେଲ ପ୍ରମୁଖ ଅତିଥିଭାବେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ଜଗୁଆ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୭ ୱିକେଟ ହରାଇ ୧୫୮ ରନ୍ କରିଥିବା ବେଳେ ପାତଲପଡା ଦଳ ୧୧.୨ ଓଭରରେ ୪ ୱିକେଟ ହରାଇ ୧୫୯ ରନ୍ କରି ଚମ୍ପିୟାନ ହୋଇଥିଲେ । ଶଙ୍କର ରଣା ଓ ଜୁଗଲ ନାଗ ଖେଳ ପରିଚାଳନା, ପିଣ୍ଟୁ ମହାନ୍ତି ଓ ଯୁଗେଶ ୟାଦବ ଧାରା ବିବରଣୀ ଏବଂ ଆନନ୍ଦ ପାଣ୍ଡେ ଓ ସମିର ପୁଟେଲ ସ୍କୋର ବୋର୍ଡ ଦାୟିତ୍ଵରେ ଥିଲେ । ଟୁର୍ଣ୍ଣାମେଣ୍ଟକୁ ଆୟୋଜକ ବାଇ ବ୍ରଦର୍ସ୍ ଅଶୋକ ବାଇ, ଆଲୋକ ରଂଜନ ବାଇ, ପ୍ରକାଶ ବାଇ, ପ୍ରଦିପ କୁମାର ବାଇ ଓ ଶେଷଦେବ ବାଇଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଟୁର୍ଣ୍ଣାମେଣ୍ଟକୁ ବାଙ୍କେଲ କ୍ରିକେଟ ଟିମ୍‌ର ସମସ୍ତ ଖେଳାଳି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.