ପାତଳପଡ଼ା ଗ୍ରାମୀଣ କ୍ରିକେଟ କପ : ବଙ୍ଗୋମୁଣ୍ଡା ଚମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ପାତଲପଡ଼ା ଗାଁ ପଡିଆରେ ଚାଲିଥିବା ଗ୍ରାମୀଣ କ୍ରିକେଟ କପ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଯୁବ ସମାଜସେବୀ ସୁଶାନ୍ତ ବେହେରା, ସମାଜସେବୀ ଦେବେନ୍ଦ୍ର ମାଝୀ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ନାଏବ ସରପଞ୍ଚ ତିରଣ ଭରାସଗରିଆ, ଅବସର ପ୍ରାପ୍ତ ସୈନିକ ଉମା ଘିଭେଲା, ଯୁବନେତା ଧନ ସିଂ ନାଗ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମି ରଞ୍ଜନ ପୁଟେଲ, ବୁଦ୍ଧି ସାଗର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅଞ୍ଚଳ ଆଖପାଖ ଗାଁର ୧୬ ଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ବଙ୍ଗୋମୁଣ୍ଡା ଓ ପାତଳପଡା ଦଳ ଫାଇନାଲରେ ଉତ୍ତୀର୍ଣ୍ଣ ହୋଇଥିଲା । ପାତଳପଡାକୁ ପରାସ୍ତ କରି ବଙ୍ଗୋମୁଣ୍ଡା ଦଳ ଚମ୍ପିଆନ ହୋଇଛି । ଡମନା ହଂସ ଓ ମଣି ବଚ୍ଛା ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟିର ସଭାପତି ମୋହନ ଲାଲ ନାଗ, ଉପସଭାପତି ବିନୋଦ ନାଗ, ସମ୍ପାଦକ ଡମନା ହଂସ, ସହ ସମ୍ପାଦକ ଅଚ୍ୟୁତ ବଚ୍ଛା, କୋଷାଧ୍ୟକ୍ଷ ଗଗନ ହଂସ, ସଦସ୍ୟ ତରୁଣ ଟାହାଣୀ, ମଧୁ ଜାନୀ, ଚମ୍ପେ ଜାନୀ, କରନ ଭୋଇ, ସିଦ୍ଧାନ୍ତ ଭୋଇ, ମିନି ବଚ୍ଛା, ବିଜୁ ଭୋଇ, କୌତୁକ ଜାନୀ, ଦେବରାଜ ଜାନୀ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.