centurian jitm

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ଉଦ୍‌ଯାପିତ ତୁଷାର ରୟେଲ୍ସ ଚମ୍ପିୟାନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚଟି ତୁଷାର ରୟେଲ୍ସ କିଙ୍ଗ ଓ ଆମ୍ବେଦକର ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତୁଷାର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୧୨୨ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଗୌରବ ଦେବ କୁମ୍ଭାର ୨୭ ରନ୍‌ ଓ ଅଂଶୁମାନ ମିଶ୍ର ୧୬ ରନ୍‌ ସଂଗ୍ରହ କରିଥିଲେ । ଆମ୍ବେଦକର ୱାରିୟର୍ସ ଦଳ ତରଫରୁ ସଫଳ ବୋଲର ଭାବରେ ଗୋଲକ ସିଂଦେଓ ୩ ଗୋଟି ୱିକେଟ ନେଇଥିଲେ । ୧୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆମ୍ବେଦକର ୱାରିୟର୍ସ ଦଳ ୧୧୫ ସଂଗ୍ରହ କରିଥିଲେ । ଫଳରେ ଏହି ମ୍ୟାଚ ଟିକୁ ତୁଷାର ରୟେଲ୍ସ ଦଳ ୭ ରନ୍‌ରେ ବିଜୟୀ ହୋଇଥିଲେ । ଆମ୍ବେଦକର ୱାରିୟର୍ସ ଦଳ ତରଫରୁ ବିକାଶ ବନଛୋର ୨୭ ରନ୍‌ ଓ ବାବୁଲୁ ସେଠି ୨୭ ରନ୍‌ ସଂଗ୍ରହ କରିଥିଲେ । ତୁଷାର ରୟେଲ୍ସ ଦଳ ତରଫରୁ ଅଂଶୁମାନ ମିଶ୍ର ୨ ଗୋଟି ୱିକେଟ ନେଇଥିଲେ । ଆଜିର ଏହି ମ୍ୟାଚରେ ଅଂଶୁମାନ ମିଶ୍ରଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବୋଲର ଭାବରେ ତୁଷାରକାନ୍ତ ବେହେରା, ଏମାର୍ଜି ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଯୋଗେଶ୍ୱର ବାଗ, ବେଷ୍ଟ ଫିଲଡର ହିସାବରେ ବାବୁଲୁ ସେଠିଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ ଓ ମ୍ୟାନ ଅଫ୍‌ ଦି ସିରିଜ ପୁରସ୍କାର ଅଂଶୁମାନ ମିଶ୍ରଙ୍କୁ ଦିଆଯାଇଥିଲା । ଭବାନୀ ଶଙ୍କର ମହାନନ୍ଦ ଓ ରାହୁଲ ନାଗ ଭାଷ୍ୟକାର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ଫାଇନାଲ ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ । ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ମ୍ୟାନ ଅଫ୍‌ ଦି ସିରିଜ ପୁରସ୍କାର ସ୍ୱର୍ଗତ ମେହେଫୁଜ ଖାନ ଙ୍କ ସ୍ମୃତିରେ ପ୍ରଦାନ କରାଯାଇଥିଲା । ଆଜିର ଏହି ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦ ଓ ଅଲମ୍ପିକ ଏସୋସିଏସନର ଯୁଗ୍ମ ସଂପାଦକ ହରିନାରାୟଣ ପୁଜାରୀ ଓ କ୍ରୀଡା ସଂଗଠକ ତଥା ପୂର୍ବତନ କ୍ରିକେଟ ସଂପାଦକ ହରିବନ୍ଧୁ ପାଣି, ପୂର୍ବତନ ରଣଜୀ ଖେଳାଳି ସୂର୍ଯ୍ୟନାରାୟଣ ମିଶ୍ର ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ଏହି ଉଦ୍‌ଯାପିନୀ ଉତ୍ସବ ରେ ବିସିଏଲ୍‌ ସଭାପତି ସନ୍ତୋଷ ଆନନ୍ଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିସିଏଲ୍‌ ସଂପାଦକ ବିକ୍ରମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଶିଷ ମିଶ୍ର, ତାପସ ମହାନ୍ତି, ଦେବାଶିଷ, ସୁମିତ, ବିବେକା, ମନୋଜ, ବିଶ୍ୱଜିତ, ସଂଜିବ ପଣ୍ଡା, ରମଣ ମିଶ୍ର, ବିଜୁ ଜାଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.