ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଚାଲିଛି ହନୁମାନ ଚାଳିଶା । ରାମ ନାମ, ହରି ସଂକୀର୍ତ୍ତନ ଶବ୍ଦଧ୍ୱନିରେ ସହର ଅବା ଗ୍ରାମ ମାନଙ୍କରେ ମୁଖରୀତ ହେଉଥିବା ଦେଖାଯାଇଛି । ଏବେ ବିଭିନ୍ନ ସ୍ଥାନରେ ପ୍ରାୟତଃ ଘରେଘରେ ନିଜ ନିଜର ମାନସିକ ପୂରଣ ପାଇଁ, ଘର ପରିବାରର ଲୋକଙ୍କ ମାଙ୍ଗଳିକ ଉଦ୍ଦେଶ୍ୟରେ ଧନ, ବିଦ୍ୟା, ଯଶ ଲାଭ, ଶତୃ ଭୟ, ଚୋର-ଭୟ ଦୂର ହେବା ନିମନ୍ତେ ଚଳିତ ବର୍ଷ ପବିତ୍ର କାର୍ତ୍ତିକବ୍ରତ ଅବଲମ୍ବନ ସ୍ୱରୂପ ହନୁମାନ ଚାଳିଶା ପରାୟଣ ଆଦି ଘରେ ଘରେ ସଂଗଠିତ କରି ଆସୁଥିବା ଦେଖାଦେଇଛି । ଏହି ଘରେ ଘରେ ଚାଲିଛି ହନୁମାନ ଚାଳିଶା ଏକ ନିଆରା ପରମ୍ପରା ଭାବେ ଭକ୍ତି ଭାବାପନ୍ନରେ କାର୍ତ୍ତିକ ବ୍ରତ ପାଳନ କରୁଥିବା ଦେଖାଦେଇଛି । ଛତ୍ରପୁର ସହରରେ ମଧ୍ୟ ଅନେକ ଧନୀ ସମ୍ପ୍ରଦାୟର ଘରେ ଘରେ ଚଳିତ ବର୍ଷ ପବିତ୍ର କାର୍ତ୍ତିକ ମାସ ଶେଷ ଆଡ଼କୁ ଏହି ପୂଜାର ଆୟୋଜନ କରି ଲୋକଙ୍କୁ / ଅନ୍ନ-ପ୍ରସାଦରେ ଆପ୍ୟାୟିତ କରି ଗରୀବଙ୍କୁ ଦାନ, ପୂଣ୍ୟ କରି ଚଳିତ ବର୍ଷ ଧାର୍ମିକ କାର୍ତ୍ତିକ ମାସରେ ଏହି ସବୁ ମାଙ୍ଗଳିକ କାର୍ଯ୍ୟକରି ଭକ୍ତିରେ, ଖୁସିରେ ଦିନ ବିତାଇଛନ୍ତି ।
Prev Post