ଚାଲିଗଲେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତା‌ଙ୍କୁ ୭୯ ବର୍ଷ ହୋଇଥିବା ବେଳେ ସେ ଗତ ୨ ବର୍ଷ ହେବ ଅସୁ‌ସ୍ଥ ଥିଲେ । ତେବେ ଶନିବାର ରାତିରେ ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ କଟକ ନେବାବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପରଲୋକ ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ମେହେର ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ମନୋନୀତ ହୋଇଥିଲେ । ସପ୍ତମ ବିଧାନ ସଭା ୧୯୭୭ ମସିହାରୁ ୧୯୮୦ ମସିହା ପର୍ୟ୍ୟନ୍ତ ଏବଂ ଦଶମ ବିଧାନ ସଭା ୧୯୯୦ରୁ ୧୯୯୫ ମସିହା ପର୍ୟ୍ୟନ୍ତ ଜନତା ଦଳରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୮୧ ରୁ ୧୯୮୩ ମସିହା ପର୍ୟ୍ୟନ୍ତ ଜନତା ଦଳ ତରଫରୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ୟ୍ୟ ତୁଳାଇଥିଲେ ।

Leave A Reply

Your email address will not be published.