ସର୍ବ ପୁରାତନା ସିନେ ପତ୍ରିକା ‘ବାଣୀ ଚିତ୍ର’ର ସଂପାଦକ ପରୀକ୍ଷିତ ଜେନା ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସର୍ବ ପୁରାତନ ସିନେ ପତ୍ରିକା ‘ବାଣୀ ଚିତ୍ର’ର ସଂପାଦକ ପରୀକ୍ଷିତ ଜେନା(୭୯) ଆଉ ନାହାନ୍ତି । ଆଜି ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ତଥା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପରୀକ୍ଷିତ ଜେନାଙ୍କ ସଂପାଦନାରେ ଦୀର୍ଘ ୫୦ ବର୍ଷ ଧତ୍ତ୍ୱରି ନିୟମିତ ଭାବେ ପ୍ରକାଶ ପାଇଥିବା ‘ବାଣୀ ଚିତ୍ର’ ସିନେ ପତ୍ରିକା ବିଶେଷ ସୁନାମ ଅର୍ଜନ କରିଛି । ତାଙ୍କ ବିୟୋଗରେ ରାଜନେତା ପ୍ରଫୁଲ୍ଲ ଘଡେ଼ଇ, ପ୍ରଦୋଶ ପଟ୍ଟନାୟକ, ସିନେ କ୍ରିଟିକ୍ସର ସଂପାଦକ ଦିଲୀପ ହାଲି, ଇଂ. ବିପିନ ବିହାରୀ ନାୟକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

error: Content is protected !!