ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧବଳେଶ୍ୱର ଦଳପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଟଣାଗଡ଼ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧବଳେଶ୍ୱର ଦଳପତି(୫୪)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ସେ ଆଜି ଅପରାହ୍ନରେ ପାଟଣାଗଡ଼ରୁ ବଲାଙ୍ଗିର ଅଭିମୁଖେ ତାଙ୍କ ବାଇକ୍‌ରେ ଆସୁଥିବା ବେଳେ ଧୁବଲପଡ଼ା ନିକଟରେ ଏକ ବଲେରୋ ସହ ସାମ୍‌ନା ସାମ୍‌ନି ଧକ୍କା ହେବା ଫଳରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ତେବେ ସେ ବଲାଙ୍ଗିର ଶାନ୍ତିପଡ଼ାରେ ସପରିବାର ରହୁଥବା ବେଳେ ତାଙ୍କ ଦୁର୍ଘଟଣାରେ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପୀ, ତଥା ପରୋପକାରୀ ବ୍ୟକ୍ତି ଭାବେ ବେଶ୍‌ ଜଣାଶୁଣା ଥିଲେ । ଜିଲ୍ଲା ଗୋଣ୍ଡ ସମାଜର ଜଣେ ସକ୍ରିୟ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିବା ଯୋଗୁଁ ଗୋଣ୍ଡ ସମାଜରେ ମଧ୍ୟ ତାଙ୍କ ପରଲୋକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଲାଙ୍ଗିର ଜିଲ୍ଲା ଉପନିବନ୍ଧକ ପଦ୍ମନାଭ ପୁରୋହିତଙ୍କ ସମେତ ତାଙ୍କର ଅନେକ ବନ୍ଧୁ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.