ପାଇଖାନା ଟାଙ୍କି କାମ କରୁଥିଲେ : ବିଦ୍ୟୁତ ଆଘାତରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ସୋର : ପାଇଖାନା ଟାଙ୍କି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଏହି ଘଟଣା ଘଟିଛି । ମୃତ ଶ୍ରମିକ ହେଲେ ହରେକୃଷ୍ଣ ଦାସ, ନରହରି ବେହେରା ଏବଂ ବାବାଜୀ ମାଝୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁର ହରେକୃଷ୍ଣ ଦାସଙ୍କ ପାଇଖାନା ଟାଙ୍କି କାମ ହେଉଥିଲା । ସେଠାରେ ବିଦ୍ୟୁତ ସଂଯୋଗ କରି ପାଇଖାନା ଟାଙ୍କି କାମ କରୁଥିଲେ । ହଠାତ ୩ ଜଣ ଶ୍ରମିକ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲ ଅଣାଯାଇଥିଲା । ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

jittmm
Leave A Reply

Your email address will not be published.