
ଅନୁଗୁଳ : ଚନ୍ଦନ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ଘରକୁ ଫେରିଲା ବେଳକୁ ରାସ୍ତାରେ ଜଗିଥିଲା ଯମ । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ବାଗେଡିଆ ଥାନା ଖମାର ନିକଟରେ ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଛେଣ୍ଡିପଦା ଥାନା ଇଲାକା ହରିହରପୁର ଗ୍ରାମର ମଉଡ଼ ମାହାର(୪୦) । ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେରେ ମଉଡ଼ ଖମାର ଗାଁ’କୁ ଚନ୍ଦନ ଯାତ୍ରା ଦେଖିବାକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୩ଟା ବେଳକୁ ୩ଟା ବେଳକୁ ଚାଲି ଚାଲି ଫେରୁଥିଲେ । ମାତ୍ର ଖମାର ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ । ସେଠାରେ ଚିକିତ୍ସଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଛି । ପୁଲିସ୍ ପହଞ୍ଚି ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।