om academy

ଓକିଲଙ୍କ ଘରୁ ଚୋରୀ କରିଥିବା ଅଭିଯୁକ୍ତ ଗିରଫ : ଅଭିଯୁକ୍ତ କୋର୍ଟ ଚାଲାଣ

jsm
  • ୮୧ ହଜାର ଟଙ୍କା ସହ ୧୦୦ଗ୍ରାମ ସୁନା ଉଦ୍ଧାର

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି, ଉପକଣ୍ଠସ୍ଥ ସେଂଟ ଜାଭିୟର୍ସ ହାଇସ୍କୁଲ ସମ୍ମୁଖରେ ଥିବା ଅନିଲ ଅଗ୍ରୱାଲଙ୍କ ଘରୁ ଗତ ତା ୩.୩.୨୦୨୪ରୀଖ ଚୋରି ହୋଇଥିଲା । ଏହି ଚୋରୀକୁ ନେଇ ଅଗ୍ରୱାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କଂଟାବାଞ୍ଜି ପୋଲିସ କେସ ନଂ. ୮୭/୨୦୨୪ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ତଦନ୍ତ ପ୍ରକ୍ରିୟା ଚାଲୁ ରହିବା ମଧ୍ୟରେ ଅଗ୍ରୱାଲଙ୍କ ଘରେ କାମ କରୁଥିବା କଂଟାବାଞ୍ଜି ସିପକା ପଡାର ରାମ ମହାନନ୍ଦ (୨୦)କୁ ସନ୍ଦେହ ଘେରକୁ ଆଣିଥିଲା । ଏହା ପରେ ପୋଲିସ ରାମକୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରିଥିଲେ । ତଦନ୍ତରେ ରାମ ଏହି ଚୋରି କରିଥିବା ସ୍ୱୀକାର କରିଥିଲା । ପୋଲିସ ରାମ ଚୋରୀ କରିଥିବା ୮୧ ହଜାର ଟଙ୍କା ସହିତ ୧୦୦ଗ୍ରାମ ସୁନା ଜବତ କରିଛି । ଏହାକୁ ନେଇ ଏକ ଖବରଦାତା ସମ୍ମିଳନୀରେ ପୋଲିସ ଉପଖଣ୍ଡ ଅଧିକାରୀ ଗୌରାଙ୍ଗ ଚରଣ ସାହୁ, ଥାନା ଆଇ.ଆଇ.ସି. ରଶ୍ମିତା ବେହେରା ସୂଚନା ଦେବା ସହିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.