ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ରଣଜିତପୁର ଗାଁର ଜଣେ ଯୁବକ ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ମାମଲାରେ ଯୁବକ କୋର୍ଟ ଚାଲାଣ କରିଛି ପାଇକମାଳ ପୁଲିସ । ପ୍ରାପ୍ତ ସୂଚନା ଅନୁସାରେ, ପାଇକମାଳ ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ଭିଣୋଇ ଘର ରଣଜିତପୁର ଗାଁରେ ଯାଇ କିଛି ଦିନ ରହୁଥିଲା । କିଛି ଦିନ ତଳେ ରଣଜିତପୁର ଗାଁରେ ଏକ ବରଯାତ୍ରୀ ପ୍ରସେସନ୍ ହେଉଥିଲା । ସେହି ଗାଁର ଯୁବକ ଦେବାର୍ଚ୍ଚନ ଦିଶ୍ରୀ (୨୨) ସହ ସେହି ନାବାଳିକାକୁ ଦେଖାଚାହାଁରେ ବିବାହ ହେବା ପାଇଁ ଯୁବକ ପ୍ରଲୋଭନ ଦେଖାଇଥିଲେ । ନାବାଳିକା ବୟସ ନହେବାରୁ ମନା କରିବାରୁ ତାକୁ ମନାଇ ବରଗଡ଼କୁ ନେଇଯାଇଥିଲା । ସେଠାରେ ସେହି ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଓ ରେଲୱେ ଯୋଗେ ବିଶାଖାପାଟଣାକୁ ଯାଇଥିଲେ । ସେଠାରେ ସପ୍ତାହେ ରହିବାରୁ ଦୁହିିଁଙ୍କ ମଧ୍ୟରେ ମତାନ୍ତର ହୋଇଥିବାରୁ ନାବାଳିକାକୁ ଛାଡ଼ି ଘରକୁ ଫେରି ଆସିଥିଲା । ଏନେଇ ପରିବାର ଲୋକେ ପାଇକମାଳ ଥାନାରେ ଆସି ଅଭିଯୋଗ କରିଥିଲେ । ପାଇକମାଳ ପୁଲିସ ଘଟଣାକୁ ଗୁରୁତର ନେଇ ପଦ୍ମପୁର ଏସଡିପିଓ ପାଣ୍ଡବ ଶବରଙ୍କ ତତ୍ତ୍ୱାବଧାନରେ ପାଇକମାଳ ଓଆଇସି କୈଳାସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଯୁବକଙ୍କୁ ଗିରଫ କରିଥିଲେ । ଏନେଇ ପାଇକମାଳ ଥାନାରେ କେସ ନଂ ୫୭/୨୬, ୟୁ/ଏସ ୬୪(୨)(ଏମ)/୩୫୧(୨)ବିଏନଏସ/୬ ପେସ୍କୋ ଆକ୍ଟ/୩(ଆଇ)(ଆର)(ଏସ)/୩(୨)(ଭି)(ଭିଏ) ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ବରଗଡ଼ କୋର୍ଟ ଚାଲାଣ କରାଯାଇଛି । ଦୁହେଁଙ୍କୁ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ଏନେଇ ତଦନ୍ତ ଚାଲିଛି ବୋଲି ପଦ୍ମପୁର ଏସଡିପିଓ ପାଣ୍ଡବ ଶବର କହିଛନ୍ତି ।