ଚୋରି ମାମଲାରେ ୩ଜଣକୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚୋରି ମାମଲାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ପୋଲିସ ରବିବାର ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ପାଇକମାଲ ଆଶୁତୋଷ ସାହୁର କୋକନରାରେ ଥିବା ଇଟାଭାଟିରେ କୋକନରାର ସୁମିତ ସିନ୍ଦୁର (୧୯) ଓ ଡୁଲେଶ୍ୱର ରାଉତ (୨୪) ଗାଡି କ୍ଲଜ୍ ପ୍ଲେଟ ଓ ପ୍ରେସର ପ୍ଲେଟ ଚୋରି କରି ମୁଣ୍ଢେଲା ଗାଁର ବିଷ୍ଣୁ ଦୀପ (୬୦) ୩ ହଜାର ଟଙ୍କା ବିକ୍ରି କରିଦେଇଥିଲେ । ଏନେଇ ପାଇକମାଲ ପୋଲିସ ତଦନ୍ତ କରି ବିକ୍ରି କରିଥିବା ଦୁହେଁଙ୍କୁ ଓ କିଣିଥିବା ବିଷ୍ଣୁ ଦୀପକୁ ଗିରଫ କରି ସେମାନଙ୍କ ନାମରେ କେସ ନଂ ୧୫୯/୨୭,ୟୁ/ଏସ ୩୦୩(୨)/୧୧୨(୨)/୩୧୭(୨)/୩(୫) ବିଏନଏସ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି ।

jittmm
Leave A Reply

Your email address will not be published.