ଟିଟିଲାଗଡ ଶିଶକେଲାରୁ ୧ କ୍ୱିଣ୍ଟାଲ ୩୦୦ ଗ୍ରାମ ଗଞ୍ଜେଇ ଜବତ : ୨ କୋର୍ଟ ଚାଲାଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ ନିକଟସ୍ଥ ଶିଶକେଲା ଗ୍ରାମର ଚେତାବନୀ ଦାସଙ୍କ ଘରେ ରବିବାର ରାତିରେ ଚଢାଉ କରିଥିଲା । ଏହି ଚଢ଼ାଉରେ ତାଙ୍କ ଘରୁ ୧ କ୍ୱିଣ୍ଟାଲ ୩୦୦ ଗ୍ରାମ ଗଞ୍ଜେଇ ସହ ବ୍ୟାପାର ପାଇଁ ଆସିଥିବା ଜବଲପୁର କୋରି ଅଞ୍ଚଳର ଦମ୍ପତି ଅଙ୍କିତ କୋରି ଓ ତାଙ୍କ ସ୍ତ୍ରୀ ମନସିକା କୋରିଙ୍କୁ ଗିରଫ କରିଥିଲେ । ୨ଟି ମୋବାଇଲ ଫୋନ୍‌ ଜବତ କରିବା ସହ ତାଙ୍କର ଧଳା କାର ନମ୍ୱର ସିଜି୦୪ ଏମ୍‌ଏ ୫୧୦୫ ସହ ଦୁଇଟି ବାଇକ୍‌ ନମ୍ବର ଓଆର୍‌୧୪ୱାଇ୬୭୮୪, ସିଜି୦୪ଏନ୍‌ଡି୫୯୫୧ ଜବତ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଚଢାଉ ସମୟରେ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ତହସିଲଦାର ଶକୁନ୍ତଳା ହାଁସଦା, ଥାନାଧିକାରୀ ଅବନୀ ସାହୁ, ଏସ୍‌ଆଇ ପି. କେ. ଦୁରିଆ, ଏଏସ୍‌ଆଇ ସୁବାସ ଚନ୍ଦ୍ର ସାହୁ, ଡବଲୁ ସିଏମ୍‌ କୁଲୁ, ଓଏପିଏଫ୍‌ସି ମାଝି, ଟିକିର ସାନି, ଆର୍‌ଏସ୍‌ ମୁଦୁଲି ସାମିଲ ହୋଇଥିଲେ ।

Leave A Reply

Your email address will not be published.