ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ, ୨ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସୋମବାର ପାଟ୍ରୋଲିଂ କରାଯାଉଥିବା ବେଳେ ଗୋଇବନ୍ଧା ଛକଠାରେ ଏକ ବାଇକ ନଂ. ଓଡି-୦୩-ୱାଇ- ୪୪୬୪ ଯୋଗେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ମାଡି ବସିଥିଲା । ଉକ୍ତ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ୨ ଅଭିଯୁକ୍ତ ବରଗଡ ଜିଲ୍ଲା ଖଇରାପାଲି ଅଞ୍ଚଳର ସୁଶୀଲ କୁମ୍ଭାର ଓ ବଲାଙ୍ଗିର ଜିଲ୍ଲା ମୋହନାବନ୍ଧ ଅଞ୍ଚଳର ବାଳକୃଷ୍ଣ ଦାସ ଉଭୟଙ୍କ ପାଖରୁ ୧୦ କିଲୋ ୧୫୦ ଗ୍ରାମ ଗଂଜେଇ ସହ ନଗଦ ୨୫୦୦ ଟଙ୍କା ଓ ୨ ମୋବାଇଲ ଜବତ କରାଯାଇ ସେମାନଙ୍କ ନାମରେ କେସ୍‌ ନଂ.୨୦୧/୨୪ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.