
ବ୍ରହ୍ମଗିରି : ବ୍ରହ୍ମଗିରି ହାଣ୍ଡିଆଳି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର । ଦୁର୍ଘଟଣାରେ କାର ଚାଳକଙ୍କ ସହ ୪ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଆଜି ସାତପଡ଼ାରୁ ପୁରୀ ଅଭିମୁଖେ ଏକ କାର ୪ ଯାତ୍ରୀଙ୍କୁ ନେଇଯାଉଥିଲା । ହଣ୍ଡିଆଳି ନିକଟରେ କାର ଚାଳକ ଗାଡି ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିଲା ଟ୍ରକ୍କୁ ପିଟିଥିଲା । ଦୁର୍ଘଟଣାରେ କାର ଚାଳକ ସହ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟଲୋକ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିବା ଜଣାପଡିଛି ।