ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ

ବରଗଡ, (ମୁନ୍ନା ସାହୁ) : ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ । ମଙ୍ଗଳବାର ଅପରାହ୍ନ ସମୟରେ ହୁତୁହୁତୁ ହୋଇ ବାଇକ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ସ୍ଥାନୀୟ ଲୋକେ । ଘଟଣା ଘଟିଛି ବରଗଡ଼ – ଭେଡେନ ରାସ୍ତାର ସାହୁ ଟିକ୍ରା ଛକଠାରେ । ବରଗଡ଼ ସଦର ବ୍ଲକ ମାଲିପାଲି ଗାଁର ପ୍ରଦୀପ ଭୋଇ ତାଙ୍କ ପଲ୍‌ସର୍‌ ମୋଟର ସାଇକେଲ ଗାଡି ନମ୍ବର ଓଡି ୧୭ ଏଲ୍‌ ୧୪୨୫ ଯୋଗେ ବରଗଡ଼ ସହରରୁ ନିଜ ଗାଁ ମାଲିପାଲି ଅଭିମୁଖେ ଯାଉଥିବା ବେଳେ ସାହୁ ଟିକ୍ରାଛକ ଠାରେ ସଟ୍ ସାର୍କିଟ ହୋଇ ଗାଡିରୁ ବାହାରି ଥିଲା ନିଆଁ । ହୁତୁ ହୁତୁ ହୋଇ ଜଳି ଯାଉଥିଲା ଗାଡି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ମୋଟର ସାଇକେଲଟି ସଂପୂର୍ଣ୍ଣ ଜଳିଯାଇଥିଲା ।

jittmm
Leave A Reply

Your email address will not be published.