କଟକରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରେକ୍ଷାଳୟ ପ୍ରତିନିଧିଙ୍କୁ ନେଇ ବୈଠକ

  • ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ସହ ଚଳଚ୍ଚିତ୍ର ପ୍ରଦର୍ଶନ ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା
  • ଚଳଚ୍ଚିତ୍ର ଅନୁଭୂତି ପାଇଁ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ସକାଶେ ସୁଗମତା ସୃଷ୍ଟି ହେଉଛି ଏକ ସମାବେଶୀ ସମାଜର ଅବିଚ୍ଛେଦ୍ୟ ଅଙ୍ଗ : ଡକ୍ଟର ଗିରିଶ ଚନ୍ଦ୍ର ଦାଶ

କଟକ, (ପିଆଇବି) : ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନ ୨୦୧୫ ଅନ୍ତର୍ଗତ ଭିନ୍ନକ୍ଷମମାନଙ୍କ ପାଇଁ କୋଠାବାଡ଼ି ଠାରୁ ଆରମ୍ଭ କରି ଯାତାୟାତ ବ୍ୟବସ୍ଥାରେ ସୁଗମତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାଦ୍ୱାରା ଭିନ୍ନକ୍ଷମମାନଙ୍କ ପାଇଁ ଏକ ସମାବେଶୀ ସମାଜ ସୃଷ୍ଟି ହୋଇପାରିବ । ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ପ୍ରେକ୍ଷାଳୟରେ ଫିଚର୍‌ ଫିଲ୍ମର ସାର୍ବଜନୀନ ପ୍ରଦର୍ଶନ କ୍ଷେତ୍ରରେ ସୁଗମତା ମାର୍ଗଦର୍ଶିକା ଗତ ୧୫ ମାର୍ଚ୍ଚ ୨୦୨୪ରେ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ କଟକ ଠାରେ ଆଜି ବୋର୍ଡର ଆଞ୍ଚଳିକ ଅଧିକାରୀ ତଥା ପିଆଇବି ଓ ସିବିସିର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଛି । ଏଥିରେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସମେତ ଚଳଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଓ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଉପରେ ଆଲୋକପାତ କରି ଦିବ୍ୟାଙ୍ଗଜନ ଅଧିକାର ଆଇନ ୨୦୧୬ ଅନୁସୃତ ନିର୍ଦ୍ଦେଶାବଳୀଗୁଡ଼ିକୁ ପାଳନ କରିବା ପାଇଁ ଡକ୍ଟର ଦାଶ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଡକ୍ଟର ଦାଶ କହିଥିଲେ, ଭାରତ ସ୍ୱାକ୍ଷର କରିଥିବା ମିଳିତ ଜାତିସଂଘ ଦିବ୍ୟାଙ୍ଗଜନ ଅଧିକାର ସନନ୍ଦ ମଇ ୨୦୦୮ରୁ ଲାଗୁହୋଇଛି । ଭିନ୍ନକ୍ଷମଙ୍କ ପାଇଁ ସୁଗମତା ଏକ ମାନବୀୟ ଅଧିକାର ବୋଲି ଏଥିରେ ଜୋର୍‌ ଦିଆଯାଇଛି । ତେଣୁ ଚଳଚ୍ଚିତ୍ରରେ ମଧ୍ୟ ବିଶେଷ ଭାବେ ଦୃଷ୍ଟି ଓ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ ଉକ୍ଷକ୍ଟଗ୍ଦରୟ ଉବକ୍ଟ୍ରଗ୍ଧସକ୍ଟଦ୍ଭ ଓ ଇଙ୍କୟସକ୍ଟ ଊରଗ୍ଦମକ୍ସସକ୍ଟ୍ରଗ୍ଧସକ୍ଟଦ୍ଭ ଭଳି ସୁଗମତା ବ୍ୟବସ୍ଥା ସୃଷ୍ଟି କରିବା ବାଞ୍ଛନୀୟ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଧିକ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଗୁଡ଼ିକ ପାଇଁ ଏହି ମାର୍ଗଦର୍ଶିକା ୧୫ ସେପ୍ଟେମ୍ବର ଠାରୁ ଲାଗୁ ହେବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରୁଥିବା ଫିଚର ଫିଲ୍ମଗୁଡିକ ୧ ଜାନୁଆରୀ ୨୦୨୫ରୁ ସୁଗମତା ମାନକ ଅନ୍ତର୍ଭୂକ୍ତ କରିବାର ଆବଶ୍ୟକତା ରହିଛି । ଏତଦବ୍ୟତୀତ ୨୦୨୬ ମସିହା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଚଳଚ୍ଚିତ୍ର, ଟିଜର ଓ ଟ୍ରେଲର ଗୁଡିକରେ ଉକ୍ଷକ୍ଟଗ୍ଦରୟ ଉବକ୍ଟ୍ରଗ୍ଧସକ୍ଟଦ୍ଭ ଓ ଇଙ୍କୟସକ୍ଟ ଊରଗ୍ଦମକ୍ସସକ୍ଟ୍ରଗ୍ଧସକ୍ଟଦ୍ଭ ଭଳି ସୁଗମତା ସୁବିଧା ପ୍ରଦାନ କରିବା ବାଧ୍ୟତାମୂଳକ ହେବ । କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣିତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ । ଅଂଶଗ୍ରହଣକାରୀ ପ୍ରତିନିଧିମାନେ ସରକାରଙ୍କ ଏହି ସାଧୁ ଉଦ୍ୟମକୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.