ଆସୁଛି କ୍ଷୁଦ୍ର କୋଶଳୀ ଚଳଚ୍ଚିତ୍ର ‘ଚାଷୀର୍ କରଜ୍’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛନଛଡାର ଅମ୍ବରିଶ ମହାନ୍ତିଙ୍କ ଉଦ୍ୟମ ବଳରେ ଆସନ୍ତା ଅଗଷ୍ଟ ୨୬ ତାରିଖରେ ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ର ନେଇ ଆସୁଛନ୍ତି, ଯାହାକି ବାପୁନ୍ ଫ୍ଲିମ୍ ଷ୍ଟୁଡିଓ ୟୁଟ୍ୟୁବ୍‌ ଚେନାଲ୍‌ରେ ରିଲିଜ୍ ହେବ । ସେଇଥିରେ ସେ ନିଜ କାହାଣୀରେ ତଥା ନିଜ ନିର୍ଦ୍ଦେଶନାରେ ମୁଖ୍ୟ ୫ଟା ଭୂମିକାରେ ଅଭିନୟ କରିଛନ୍ତି, ନରସିଂହ ମେହେର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ରଶ୍ମିରଞ୍ଜନ କଣ୍ଠଦାନ କରିଛନ୍ତି ଏବଂ କିଶୋର କୁମ୍ଭାର ସଙ୍ଗୀତ ରଚନା କରିଛନ୍ତି । କୃଷ୍ଣେନ୍ଦୁ ହୋତା ଏହି କାହାଣୀକୁ ଉପସ୍ଥାପନା କରିଛନ୍ତି । ଆଚାର୍ଯ୍ୟଜନକ କଥା ଏଇଟା ଯେ, ଖାଲି ମୋବାଇଲ୍ ଫୋନ୍ ବ୍ୟବହାର କରି ଗୋଟେ କ୍ଷୁଦ୍ର ଚଳଚ୍ଚିତ୍ର ବନେଇବାରେ ସକ୍ଷମ ହୋଇଛନ୍ତି ଶ୍ରୀ ମହାନ୍ତି । ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ସମାଜକୁ ସଚେତନ ବାର୍ତ୍ତା ଦେବାରେ ସଫଳ ହେବେ ବୋଲି ଆଶା ରଖିଛନ୍ତି ଅମ୍ବରିଶ ମହାନ୍ତି ।

Leave A Reply

Your email address will not be published.