ଚାକିରି ଦେବାକୁ କହି ଠକୁଥିଲେ, ବନ୍ଧା ହେଲେ ୩ ଯୁବକ

ଭୁବନେଶ୍ୱର : ରାଜ୍ୟରେ ବେକାରି ସଂଖ୍ୟା ବଢୁଥିବାରୁ ଯୁବକ-ଯୁବତୀମାନେ ଚାକିରି ପଛରେ ଗୋଡ଼ାଉଛନ୍ତି । ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନଥିବା ଯୁବପିଢ଼ି ଚାକିରି ଲୋଭରେ ପଡ଼ି ଠକ ଓ ଦଲାଲଙ୍କ ହାବୁଡ଼ରେ ପଡୁଛନ୍ତି । ଏହି କାରଣରୁ ସେମାନଙ୍କ ମଧ୍ୟରୁ ଅନେକ ଆର୍ଥିକ କ୍ଷତି ମଧ୍ୟ ସହୁଛନ୍ତି । ତେବେ ଆର୍ଥିକ ଠକେଇର କିଛି ଘଟଣା ପଦାକୁ ଆସୁଥିବା ବେଳେ ଆହୁରି ଅନେକ ଲୁଚି ଯାଉଛି । ‘ମୋ ସ୍କୁଲ’ ନାରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲି ଚାକିରି ଦେବା ନାରେ ଠକେଇ ଘଟଣାରେ ସାଇବର ପୁଲିସ ୩ ଜଣଙ୍କୁ ବାନ୍ଧିଛି । ଅଭିଯୁକ୍ତମାନେ ହେଲେ ଅମର ସାମଲ, ମଦନ ନାଗ ଓ ରାଇଗୁଲୁ ପାତ୍ର ବୋଲି ଜଣାପଡିଛି ।

Leave A Reply

Your email address will not be published.