ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଉତ୍କଳ ନଗର ସ୍ଥିତ ଏସ୍ଏଚ୍ଜି ଗୃହଠାରେ ନାରୀ ଶକ୍ତି ସଂଗଠନ ବଲାଙ୍ଗିର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଅନେକଙ୍କର ପରୀକ୍ଷା ସମ୍ପର୍ଣ୍ଣ କରାଯାଇ ୧୫ଜଣଙ୍କ ମାଗଣାରେ ଅସ୍ତ୍ରୋପଚାର ପାଇଁ ମଧ୍ୟ ସୁବିଧା ହୋଇଥିଲା । ଶିବିରରେ ସଂଗଠନର ଡ. ସନ୍ଧ୍ୟାରାଣୀ ପଣ୍ଡା, ସ୍ନିଗ୍ଧାମୟୀ ମିଶ୍ର, ପ୍ରିୟଙ୍କା ତ୍ରିପାଠୀ, ମମତା ଜେନା, ଜଗଦମ୍ବା ନାଏକ, ଅଙ୍କିତା ମହାନ୍ତି, ନୂତନ ସେନ୍ଦ୍ରିଆ ଏବଂ ନୂତନ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲେ । ମହାନଦୀ ନେତ୍ର ଚିକିତ୍ସାଳୟରୁ ଆସିଥିବା ସମସ୍ତ କର୍ମଚାରୀମାନଙ୍କୁ ବିଶେଷ କରି ସୁଜିତ୍ ଥାପାଙ୍କୁ ନାରୀ ଶକ୍ତି ସଂଗଠନ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଆଗକୁ ମଧ୍ୟ ଏହିପରି ସେବା କାର୍ୟ୍ୟ ଜାରି ରହିବ ବୋଲି ନାରୀ ଶକ୍ତି ସଂଗଠନ ପକ୍ଷରୁ କୁହାଯାଇଛି ।
Next Post