oom

ମୃତ ବାଳକର ଚକ୍ଷୁଦାନ କଲେ ପରିବାର ଲୋକେ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ତଟବର୍ତ୍ତୀ ସାଗର ବେଳାଭୂମି ହୁମ୍ମା ଅଞ୍ଚଳର କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ଶୈବପୀଠରେ କାର୍ତ୍ତିକ ମାସ ଶେଷ ସୋମବାରରେ ଆଶାତୀତ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ଏଠାକୁ ଆସିଥିବା ଭକ୍ତଙ୍କ ମଧ୍ୟରୁ ତିନିଜଣ ପିଲା ସମୁଦ୍ରକୂଳକୁ ଗାଧୋଇବାକୁ ଯାଇ ଭାସିଯାଇଥିଲେ । ତହିଁରୁ ଦୁଇଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଦୁଇ ବାଳକ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନରେ ଥାଇ ସୁସ୍ଥ ହୋଇଥିବା ଜଣାପଡିଛି । ମୃତ ବାଳକ ହେଉଛନ୍ତି ରବିନ୍ଦ୍ର କୁମାର ସ୍ୱାଇଁଙ୍କ ପୁତ୍ର ଗାୟତ୍ରୀ ଶ୍ରୀ ଜଗନ୍ନାଥ (୧୫) । ପୁତ୍ର ଜଗନ୍ନାଥଙ୍କର ଚକ୍ଷୁଦାନ କରି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସମାଜରେ ତାଙ୍କ ପରିବାର ଏକ ମହତ୍ତ୍ୱପୂର୍ଣ୍ଣ ପୂଣ୍ୟଅର୍ଜନ କରିଛନ୍ତି । ଯାହା ସମସ୍ତଙ୍କୁ ଅଦ୍ଭୁତମୟ କରିଛି । ଏ ନେଇ ଉକ୍ତ ବାଳକଙ୍କ ପିତାଙ୍କୁ ବିଭିନ୍ନ ମହଲରେ ଭୂୟସୀ ପ୍ରସଂଶା କରାଯାଇଛି ।

jittmm
Leave A Reply

Your email address will not be published.