ଜନ୍ମଦିନରେ ନିଜର ଚକ୍ଷୁଦାନ ପାଇଁ ପଞ୍ଜିକରଣ କଲେ ସୌରଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୀମଭୋଇ ହସ୍ପିଟାଲରେ ସୌରଭ ବିଶ୍ୱାସ ତାଙ୍କର ଜନ୍ମଦିନରେ ନିଜର ଚକ୍ଷୁଦାନ ପଞ୍ଜିକରଣ କରିଛନ୍ତି । ଭୀମଭୋଇ ହସ୍ପିଟାଲ ଚକ୍ଷୁ ବିଭାଗର ଡା. ନିହାରିକା ଶର୍ମାଙ୍କୁ ଭେଟି ଚକ୍ଷୁଦାନ ପଞ୍ଜିକରଣ କରିଥିଲେ । ସାଂପ୍ରତିକ ସମୟରେ ଲୋକେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଉଛନ୍ତି । ଏପର୍ଯ୍ୟନ୍ତ ମଣିଷ ଅଙ୍ଗର କୌଣସି ବିକଳ୍ପ ମିଳି ନଥିବା ବେଳେ ଅଙ୍ଗଦାନ ହିଁ କେବଳ ଲୋକଙ୍କ ଜୀବନ ବଞ୍ଚାଉଛି । ଏହାକୁ ନଜରରେ ରଖି ସାରା ବିଶ୍ୱରେ ଅଙ୍ଗଦାନ କରିବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯାଉଛି । ସାଧାରଣରେ ମୃତକଙ୍କ ପରିବାର ମୃତକଙ୍କୁ ନିଜ ଧର୍ମ ଓ ବିଶ୍ୱାସ ଅନୁସାରେ ଶବକୁ ପୋଡି କିମ୍ବା କବର ଦିଅନ୍ତି । ଫଳରେ ମୃତ ଶରୀରଟି ଆଉ କାହାରି କାମରେ ଆସି ପାରେ ନାହିଁ । କିନ୍ତୁ ଯଦି ପୋଡି ଦେବା ପରିବର୍ତ୍ତେ ଯଦି ମୃତ ଶରୀର କିଛି ଅଙ୍ଗଦାନ କରି ଦିଆଯାଏ ତେବେ ଉକ୍ତ ମୃତ ଶରୀରରୁ ଆବଶ୍ୟକୀୟ ଅଙ୍ଗ ଯଥା ଆଖି ବାହାର କରାଯାଇ ଜଣେ ଆବଶ୍ୟକୀୟ ରୋଗୀଙ୍କୁ ଦିଆଯାଇ ପାରିବ । ତାହା ହେଲେ ଅନେକ ଆଖି ରୋଗୀ ଉପକୃତ ହୋଇ ପାରିବେ ବୋଲି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଚକ୍ଷୁ ବିଭାଗର ଡା. ନିହାରିକା ଶର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସୌରଭ ବିଶ୍ୱାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବହୁତ ଖୁସି ଧନ୍ୟବାଦ ସମାଜସେବୀ ଅଜୟ କୁମାର ନାଗଙ୍କ ପ୍ରେରଣାରେ ଓ ମୋର ପତ୍ନୀ ନିବେଦିତା ବିଶ୍ୱାସ ଓ ସମାଜସେବୀ ରାଜେନ୍ଦ୍ର ସେଠୀଙ୍କ ସହଯୋଗରେ ନିଜର ଚକ୍ଷୁଦାନ ପଞ୍ଜିକରଣ କରିଛି ।

Leave A Reply

Your email address will not be published.