ଧାନ କିଣା ଅବ୍ୟବସ୍ଥା ବିରୋଧରେ ବିଜେପି ପକ୍ଷରୁ ଚକାଜାମ୍‌ ଆସନ୍ତା କାଲି ଦିନ ୧୦ଟାରୁ ଦିନ ୧ଟା ପର୍ୟ୍ୟନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ୧୩ ତାରିଖ ଦିନ ୧୦ଟାରୁ ଦିନ ୧ଟା ପର୍ୟ୍ୟନ୍ତ ୩ ଘଣ୍ଟା ପାଇଁ ବଲାଙ୍ଗିର ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ ଚକାଜାମ୍ ଆନ୍ଦୋଳନ କରାଯିବା ସଂକ୍ରା‌ନ୍ତରେ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି । ଧାନ କିଣା ଅବ୍ୟବସ୍ଥା ବିରୋଧରେ ଏହି ଆୟୋଜନ କରାଯିବ ବୋଲି କୁହାଯାଇଛି । ତେବେ ଏହି ଚକାଜାମ୍‌ ଆନ୍ଦୋଳନ ସାରା ପ‌ଶ୍ଚିମ ଓଡ଼ିଶାରେ ୩୭ଟି ବିଧାନସଭା ଅଂଚଳର ଆୟୋଜିତ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.