
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ପାଟଣାର ଇଷ୍ଟଦେବୀଙ୍କ ପୀଠରେ ଚୈତ୍ର ପୂଜା ଆରମ୍ଭ ହେଇଯାଇଛି । କଳସ ଯାତ୍ରା ସହର ପରିକ୍ରମା କରି ଦୁର୍ଗାମନ୍ଦିର ଘାଟରୁ କଳସ ପୂଜା କରି ପାଟଣା ହୋଟେଲ ଛକ, ସମଲେଇ ମନ୍ଦିର ଛକ ହୋଇ ମନ୍ଦିରକୁ ଆସି ସ୍ଥାପିତ ହୋଇଥିଲା । ପଣ୍ତିତ ଫକୀର ଶତପଥି ସଂକଳ୍ପ କରି ଚଣ୍ଡୀ ପାଠ ସହ ପୂଜା କରିଥିଲେ । ସନ୍ଧ୍ୟାରେ ଘଣ୍ଟ ବାଦ୍ୟ ଦୁଲୁଦୁଲି ସହ ମହା ଆଳତୀ ହେଇଥିଲା ସହରର ଅନେକ ଭକ୍ତଙ୍କ ସମାଗମ ହୋଇଥିଲା । ମୁଖ୍ୟ ପୂଜକ ମଳୟ କୁମାର ଦିଶ୍ରୀ ପୂଜା ସମ୍ପାଦନ କରିଥିଲେ । ଅବିନାଶ ଦିଶ୍ରୀ ପୂଜାରେ ସହଯୋଗ କରିଥିଲେ ।