ଚାଲିଗଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଆଧ୍ୟାତ୍ମ ବାହିନୀର ସଂପାଦକ ଚୈତନ୍ୟ ଦାସ ଠାକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଆଧ୍ୟାତ୍ମ ବାହିନୀର ସଂପାଦକ, ସାଇ ବାବାଙ୍କ ଭକ୍ତ, ଆଧ୍ୟାତ୍ମିକ ପୁରୁଷ ଚୈତନ୍ୟ ଦାସ ଠାକୁର(୭୧) ଆଉ ନାହାନ୍ତି । ଆଜି ପୂର୍ବାହ୍ନ ୯ଟା ସମୟରେ ବୁର୍ଲା ମେଡିକାଲରେ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସ୍ୱର୍ଗତ ଅଭୟ ପ୍ରସାଦ ଠାକୁରଙ୍କ ସୁପୁତ୍ର ଚୈତନ୍ୟ ଦାସ ଠାକୁର ୧୯୫୦ ମସିହାରେ ବେଲପଡ଼ା ବ୍ଲକ ମଣ୍ଡଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସଇଁନ୍ତଲା ବ୍ଲକ ଟିକ୍ରାପଡା ହାଇସ୍କୁଲରୁ ସେ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିବା ବେଳେ ସାରସ୍ୱତ ଜଗତ ପାଇଁ ତାଙ୍କ ଅଶେଷ ଅବଦାନ ରହିଥିଲା । ଜଣେ ସୁଲେଖକ ଭାବେ ସେ ଖ୍ୟାତି ଅର୍ଜନ କରିବା ସହ ଗୁରୁ ମହାରାଜ ସ୍ୱାମୀ ଚିଦାନନ୍ଦ ଜୀ ମହାରାଜଙ୍କ ଶରଣାପନ୍ନ ହୋଇଥିଲେ । ଆଧ୍ୟାତ୍ମିକତା ପ୍ରତି ତାଙ୍କର ବିଶେଷ ଆକର୍ଷଣ ରହିଥିଲା । ତେବେ ତାଙ୍କ ମୃତ୍ୟୁ ବେଳକୁ ସୁପୁତ୍ର ଡ. ତ୍ୟାଗରାଜ ଠାକୁର, କନ୍ୟା ବର୍ଷା, ପତ୍ନୀ ଆରତୀ ଠାକୁର, ଭାଇ ଡ. ନିତ୍ୟାନନ୍ଦ ଓ ପଣ୍ଡିତ ମୋହନଦାସ ଠାକୁର ତାଙ୍କ ସହ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.