jayashree

କଣ୍ଟାବାଞ୍ଜି ସାପ୍ତାହିକ ବଜାର ପାଖ ସମଲେଶ୍ଵରୀ କମ୍ପ୍ଳେକସ୍‌ରେ ଚଢ଼ାଉ କଲେ ଏନ୍‌ଏସି ଇଓ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ସାପ୍ତାହିକ ବଜାର ପାଖ ସମଲେଶ୍ଵରୀ କମ୍ପ୍ଳେକସ ଗୁଡିକରେ ଚଢ଼ାଉ କରିଛନ୍ତି ଏନ୍‌ଏସି ଇଓ । ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସାପ୍ତାହିକ ବଜାର ପାଖ ସମଲେଶ୍ଵରୀ କମ୍ପ୍ଳେକସ୍ ଗୁଡିକର ଭଡ଼ା ଦିଆଯିବା ସକାଶେ ଭଡା ହିତାଧିକାରୀମାନଙ୍କୁ ସର୍ବପ୍ରଥମେ ଏନ୍‌ଏସି କାର୍ଯ୍ୟାଳୟରୁ ନୋଟିସ୍‌ ଦିଆଯାଇଥିଲା । କମ୍ପ୍ଳେକସ୍ ଗୁଡିକ ଦୀର୍ଘ ଦିନରୁ ତିଆରି କରାଯାଇଥିବାରୁ ବର୍ଷାଦିନେ ପାଣି ଝରୁଥିବା ମିଶ୍ର ପାନ ଦୋକାନୀ ମାଲିକ ଶଚିକାନ୍ତ ମିଶ୍ର କହିଛନ୍ତି । ଏନେଇ ଭଡ଼ା ହିତାଧିକାରୀମାନେ ଏନ୍‌ଏସି କାର୍ଯ୍ୟାଳୟରେ ଜଣାଇଥିବା ସତ୍ତ୍ୱେ ମରାମତି କରାଯାଇ ନ ଥିବାରୁ ଏବଂ କରୋନା ମହାମାରୀର ସମୟ ହେତୁ ଷ୍ଟଲ୍‌ର ଭଡା କିସ୍ତି ସ୍ଥଗିତ ହୋଇଥିବା ଭଡା ହିତାଧିକାରୀମାନେ କହିଛନ୍ତି । ଇଓଙ୍କ କହିବା ମୁତାବକ କିସ୍ତି ବୁଝେଇବା ପାଇଁ ଆଗରୁ ନୋଟିସ୍‌ ଦିଆଯାଇଥିଲା । ଗତକାଲି ପ୍ରାୟ ୪ ଘଣ୍ଟା ୨୮ ମିନିଟ୍ ସମୟରେ ଏନ୍‌ଏସି ଇଓ ଏବଂ ନିଜ କର୍ମଚାରୀ ବୃନ୍ଦ ଶଚିକାନ୍ତ ମିଶ୍ର (ମିଶ୍ର ପାନ ଦୋକାନୀ) ଓ ଗୋପ ନାଗଙ୍କ ଭାତ ହୋଟେଲ୍‌କୁ ଚଢ଼ାଉ କରି ମିଶ୍ର ପାନ ଦୋକାନୀଙ୍କ ଷ୍ଟଲ୍‌ର ଭଡ଼ା ନ ଦେଲେ ଷ୍ଟଲ୍ ବନ୍ଦ କରାଯିବ ବୋଲି କହିବାରୁ ଶଚିକାନ୍ତ ମିଶ୍ର ଷ୍ଟଲ୍‌ର ଭଡ଼ା ବାବଦକୁ ୫ ହଜାର ୬୦୦ ଟଙ୍କା ଏବଂ ଗୋପ ନାଗ (ଭାତ ହୋଟେଲ୍)ଙ୍କ ଠାରୁ ୩୦ ହଜାର ଟଙ୍କା ନେଇ ବକେଆ ରହିଥିବା ୨୩ ହଜାର ଟଙ୍କା ଦେବାକୁ ୭ ଦିନ ସମୟ ଦେଇଥିବା ଗୋପ ଭାତ ହୋଟେଲ୍ ମାଲିକ କହିଛନ୍ତି । ଏନେଇ କଣ୍ଟାବାଞ୍ଜି ଏନ୍‌ଏସି କାର୍ଯ୍ୟଳୟ ଇଓଙ୍କ ସମ୍ମେତ ନିଜ କର୍ମଚାରୀ ବୃନ୍ଦ, ତହସିଲ୍‌ଦାର, ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.