
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ ମାମାଲା ବଢିବାରେ ଲାଗିଲାଣି । ତେବେ ଏହାର ଗୋଟିଏ ମୁଖ୍ୟ କାରଣ ହେଉଛି ନିଶା ସେବନ କରିବା । ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ସହରରେ ପେଟ୍ରୋଲିଂ ବ୍ୟବସ୍ଥା ଆଗ ଅପେକ୍ଷା ଏବେ ବୃଦ୍ଧି କରାଯାଇଥିବା ବେଳେ ଆଜି ଟାଉନ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୯ ମଦ୍ୟପ ବ୍ୟକ୍ତିଙ୍କୁ ଟାଉନ ଥାନାକୁ ଆଣି ଅଟକ ରଖିଥିବା ନେଇ ଏସ୍ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।