
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବହ୍ମପୁରା ଓ କପସୀପାଲି ଗାଁରେ ବଲାଙ୍ଗିର ଓ ପାଟଣାଗଡ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରିଥିବା ଜଣାପଡିଛି । ଚଢାଉ ସମୟରେ ବଲାଙ୍ଗିର ଓ ପାଟଣାଗଡ ଅବକାରୀ ବିଭାଗ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଚାଲିଥିବା ବେଳେ ସମସ୍ତ ମଦଭାଟି ଓ ଦୋକାନ ବନ୍ଦ କରାଯାଇଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ମଦ କଳାବଜାର କରିବାରେ ବ୍ୟସ୍ତ ଥିବା ବେଳେ ୩ ଜଣ ଅବକାରୀ ବିଭାଗ ହାତରେ ଧରାପଡିଛନ୍ତି ।