ଜଙ୍ଗଲ ଭିତରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ବେଳେ ଚଢାଉ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜଙ୍ଗଲ ଭିତରେ ଚାଲିଛି ମଦ ପ୍ରସ୍ତୁତ । ବେଆଇନ ଭାବରେ ଚାଲିଛି ମଦ ତିଆରି । କେଉଁଠି ଇଟା ଭାଟି ପାଖରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ମଦ ତିଆରି । ପାଖରେ ବସ୍ତା ବସ୍ତା ମହୁଲ ଫୁଲ ବି ରହିଛି । ପ୍ରସ୍ତୁତ ମଦକୁ ରଖିବା ପାଇଁ ଜାର, ଡ୍ରମ, ଡବା, ଗଞ୍ଜ ବି ରହିଛି । ବିଭିନ୍ନ ରାସାୟନିକ ସାମଗ୍ରୀ ତଥା ମାଦକ ଦ୍ରବ୍ୟ ସହ ମହୁଲ ଫୁଲ ମିଶାଇ ତିଆରି ହେଉଥିଲା ରନ୍ଧା ଦେଶୀ ମଦ ଆଉ ଏ ହେଉଛି ସେହି ମୁକ୍ତାକାଶ ମଦ ତିଆରି ସ୍ଥାନ । ଚାରି ଆଡେ଼ ସବୁଜିମାରେ ପରିପୂର୍ଣ୍ଣ । ଏହାରି ଭିତରେ ଚାଲୁଥିଲା ବେଧଡକ ଭାବରେ ଦେଶୀ ମଦ ତିଆରି, ଯାହା ଆଜି ଟିଟିଲାଗଡ ଅବକାରୀ ବିଭାଗ ଟିଟିଲାଗଡ ଥାନା ଅଧୀନସ୍ଥ ମାଥନପଲା ଡ୍ୟାମ ଓ ଝାରଦେବନ୍ଧକୁ ଲାଗି ରହିଥିବା ଘଂଚ ଜଙ୍ଗଲ ଭିତରେ ପେଟ୍ରୋଲିଂ କରୁଥିବା ସମୟରେ ସାମାନ୍ୟ ମଦର ବାସ୍ନାକୁ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ ଟିଟିଲାଗଡ ଅବକାରୀ ଅଧିକାରୀ ଦେବରାଜ ଖମାରୀ ଓ ଷ୍ଟାପ୍ । ଜଙ୍ଗଲ ଭିତରେ ବେଶ୍ ଆରାମରେ ରନ୍ଧା ଚାଲିଥିଲା ବେଆଇନ ଦେଶୀ ମଦ । ଘଟଣାସ୍ଥଳରୁ ବ୍ୟାପକ ପରିମାଣରେ ମଦ ସାମଗ୍ରୀ ଜବତ କରିବା ସହ ବିଭିନ୍ନ ଡବା, ଗରିଆ, ଗଞ୍ଜ, ସହ ମଦ ତିଆରି ଉପକ୍ରମ ଜବତ୍ କରିଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ବିପୁଳ ପରିମାଣର ମଦ ତିଆରି ସାମଗ୍ରୀ ସରଞ୍ଜାମ ଜବତ୍ କରିଥିବା ବେଳେ ମଦ ମାଫିଆ ମାନଙ୍କୁ ଗିରଫ କରିବା ଦୂରର କଥା କିଏ ଓ କେମିତି ଜଙ୍ଗଲ ମଧ୍ୟରେ ରନ୍ଧା ମଦ ପ୍ରସ୍ତୁତ କରୁଛି ତାହା ଜାଣି ପାରିନଥିଲେ । କେବଳ ସାମଗ୍ରୀ ଜବତ କରିବା ସହ ମହୁଲ ପୋଚକୁ ନଷ୍ଟ କରି ଦେଇ ନିଜ ଦାୟିତ୍ଵ ସାରି ଦେଇଛି ଅବକାରୀ ବିଭାଗ ।

Leave A Reply

Your email address will not be published.