ls

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକ : ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ

sb

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗିର ରେଞ୍ଜ କାର୍ୟ୍ୟାଳୟର ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ଚାଲିଥିବା ସୂଚନା ମିଳିଛି । ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ ଚଢାଉ ଜାରି ରଖିଛି । ବଲାଙ୍ଗିର ସାଗରପଡା ବାସଭବନ, ଇନ୍ଦିରାନଗର, ଗୁପ୍ତେଶ୍ବର ନଗର, ରେଞ୍ଜ କାର୍ୟ୍ୟାଳୟ ସମେତ ସୋନପୁର ମଝିପଡା ପୈତୃକ ବାସଭବନରେ ଚଢାଉ କରାଯାଉଛି । ବଲାଙ୍ଗିର ସାଗରପଡ଼ା ଘରୁ ଦୁଇ ମହଲା ବିରାଟ ଅଟାଳିକରୁ ନଗଦ ୧୫ହଜାର ଟଙ୍କା, ସୁନା ଗହଣା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା କୁହାଯାଇଛି । ତାଙ୍କ ଚାକିରୀ କାଳରେ ଅସାଧୁ ଉପାୟରେ ସମ୍ପତି ଠୁଳ କରାଯାଇଥିବା ଅଭିଯୋଗ ରହିଥିଲା । ତେବେ ଏହି ଚଢ଼ାଉରେ ୨ ଜଣ ଡ଼ିଏସ୍‌ପି, ୫ ଇନ୍ସପେକ୍ଟର ସହ ୨୫ ଜଣିଆ ଭିଜିଲାନ୍ସ ଟିମ୍‌ର ଏକ କାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି ।

pc pk
Leave A Reply

Your email address will not be published.