ବ୍ରହ୍ମପୁରରେ ଇଣ୍ଡିଏନ ଗ୍ୟାସ୍ ଅଫିସରେ ଚଢ଼ାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମରେ ଥିବା ଇଣ୍ଡିଏନ ଗ୍ୟାସ ଅଫିସରେ ଚଢ଼ାଉ ହୋଇଛି । ଯାହାକି, ବ୍ରହ୍ମପୁର ଏସପି ଅଫିସ୍ ନିକଟ ନିଦାନ୍ ଡାଇଗ୍ନୋଷ୍ଟିକ ଗଳିରେ ଥିବା ବ୍ରହ୍ମପୁର ଇଣ୍ଡିଏନ ଗ୍ୟାସରେ ଅନିୟମିତତା ସ୍ୱରୂପ ରନ୍ଧନ ଗ୍ୟାସର କଳା ବଜାରୀ ଉପରେ ସ୍ୱତନ୍ତ୍ର ନଜର ରଖି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଥିବା ବେଳେ ବ୍ରହ୍ମପୁର ଇଣ୍ଡିଏନ ଗ୍ୟାସରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା । ଯାହା ଫଳରେ ଗ୍ରାହକ ହନ୍ତସନ୍ତ ହେବାର ସାମନାକୁ ଆସିଥିଲା । ପୂର୍ବରୁ ମଧ୍ୟ ଗ୍ରାହକଙ୍କୁ ର୍ଦୁବ୍ୟବହାର କରିବାର ନଜରରେ ଆସିଛି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡିଏନ ଗ୍ୟାସ୍ ଅଫିସରେ ଚଢ଼ାଉ ହୋଇଛି । ଚଢ଼ାଉ କରାଯିବା ସହିତ ଅଫିସରେ କାଗଜପତ୍ର ତନଖି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.