ବଲାଙ୍ଗିର ଜେଲ୍‌ରେ ବଡ ଧରଣର ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବଲାଙ୍ଗିର ଜେଲ୍‌ରେ ଚଢାଉ । କିଛି ଦିନ ତଳେ ବଲାଙ୍ଗିର ଜେଲ୍‌ରେ ଗ୍ୟାଙ୍ଗ ୱାର ହୋଇଥିଲା । ଆଉ ଏହି ଗ୍ୟାଙ୍ଗ ୱାର ଖବରକୁ ନେଇ ଆଜି ସକାଳୁ ସକାଳୁ ଏସ୍‌ପିଙ୍କ ନେତୃତ୍ୱରେ ଜେଲ୍‌ ପରିସରରେ ଏକ ବଡ଼ ଧରଣର ଚଢ଼ାଉ ହୋଇଛି । ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ୯ ଜଣ ପୋଲିସ ଅଫିସର ସାମିଲ ହୋଇ ଜେଲ୍‌ ପରିସରରେ ଚଢ଼ାଉ କରିଛନ୍ତି । ଚଢ଼ାଉରେ ବହୁ ପରିମାଣରେ ବିଡ଼ି, ସିଗାରେଟ, ଦିଆସିଲି ଓ ଅନ୍ୟ ନିଶା ଦ୍ରବ୍ୟ ଜବତ କରାଯାଇଛି । ଅନ୍ୟପଟେ ଜେଲ୍‌କୁ କେମିତି ଆସୁଛି ଏହି ନିଶା ଦ୍ରବ୍ୟ କିଏ କିଏ ଏଥିରେ ସଂପୃକ୍ତ ଅଛନ୍ତି । ସେହି ଘଟଣାର ତଦନ୍ତ କରୁଛି ପୋଲିସ ବୋଲି ସୂଚନା ରହିଛି ।

Leave A Reply

Your email address will not be published.