କଣ୍ଟାବାଞ୍ଜିରେ ସିଟି ଏବଂ ଜିଏସ୍‌ଟି ଟିମ୍‌ର ମିଳିତ ଚଢ଼ାଉ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଏକକାଳୀନ ଚାରୋଟି ସ୍ଥାନରେ ସିଟି ଏବଂ ଜିଏସ୍‌ଟି ଟିମ୍‌ ଦ୍ଵାରା ମିଳିତ ଚଢ଼ାଉ କରାଯାଇଛି । ବଲାଙ୍ଗିର ଏସ୍‌ପିଙ୍କ ସହଯୋଗରେ ୨୨ ଜଣିଆ ଟିମ୍‌ ଭବାନୀପାଟଣା ଓ ବଲାଙ୍ଗିରର ମିଳିତ ଉଦ୍ୟମରେ ସହରର ଓଁ ଅର୍ଗାନିକ୍‌ କଟନ ପ୍ରାଇଭେଟ୍‌ ଲିମିଟେଡ଼ ଓ ଫାର୍ମର୍‌ ୟୁନିଟେଡ଼ ହାଉସ୍‌କୁ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ଯାଏଁ ସବିଶେଷ ବିବରଣୀ ମିଳିପାରି ନାହିଁ ।

Leave A Reply

Your email address will not be published.